ମହାକାଶଚାରୀଙ୍କ ଦୌଡରେ ଭାରତୀୟ ଯୁବକ : ନାସାର ଚନ୍ଦ୍ର ଏବଂ ମଙ୍ଗଳ ମିଶନ୍ ରେ ଭାରତୀୟ ଯୁବକଙ୍କ ନାଁ ସାମିଲ୍  । 

252

ନାସା ଗସ୍ତରେ ୧୩ ଜଣ ମହାକାଶଚାରୀ । ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ଚନ୍ଦ୍ର ମିଶନ ଅର୍ଟିମିସ ପାଇଁ ୧୩ ଜଣ ବଛା ବଛା ମହାକାଶଚାରୀଙ୍କୁ ଚୟନ କରିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ଥିବା ଜଣାପଡିଛି । ଦୁଇ ବର୍ଷର କଠିନ ପରିଶ୍ରମ ପରେ ୧୦ ଜାନୁଆରୀ ୨୦୨୦ ରେ ସେମାନଙ୍କୁ ୩ଟି ସ୍ପେଶ ମିଶନ ପାଇଁ ସାମିଲ କରାଯାଇଛି ।

ସୂଚନାନୁସାରେ , ଏହି ୧୩ ଜଣ ମହାକାଶଚାରୀ ନାସାରେ ତିନୋଟି ମିଶନ ପୁରା କରିବେ । କିଏ କେଉଁ ବିଭାଗରେ କାମ କରିବେ ସେ ନେଇ କୌଣସି ସୂଚନା ମିଳିନାହିଁ । ନାସା ପରେ ସମସ୍ତ ମହାକାଶଚାରୀ ମଙ୍ଗଳ ମିଶନ ଗସ୍ତରେ ଯାତ୍ରା କରିବେ । ନାସା ଯିବା ପାଇଁ ପ୍ରାୟ ୧୮,୩୦୦ ପ୍ରାର୍ଥୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ମୋଟ ୧୩ ଜଣ ପ୍ରାର୍ଥୀଙ୍କୁ ନାସା ଯିବା ପାଇଁ ଚୟନ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୧୧ ଜଣ ଆମେରିକାରୁ ହୋଇଥିବା ବେଳେ ଜଣେମାତ୍ର ପ୍ରାର୍ଥୀ ଭାରତରୁ ମନୋନୀତ ହୋଇଛନ୍ତି ।

ସେ ହେଉଛନ୍ତି ୪୨ ବର୍ଷିୟ ରାଜା ଜନ୍ ବୁରପୁତ୍ତର୍ ଚାରୀ । ରାଜା ଆମେରିକାରେ କର୍ଣ୍ଣଲ ରହିସାରିଛନ୍ତି । ରାଜାଙ୍କ ପାଖରେ ଆମେରିକା ବାୟୁସେନାର ଅନେକ ଲଢାକୁ ବିମାନକୁ ୨୦୦୦ ରୁ ଅଧିକ ଘଣ୍ଟା ଉଡାଇବାର ଦକ୍ଷତା ରହିଛି । ସେ ଇରାକ , ଆଫଗାନିସ୍ତାନ ଓ କୋରିୟାଇ ମିଶନ ଗସ୍ତରେ ମଧ୍ୟ ଯାଇସାରିଛନ୍ତି । ରାଜାଙ୍କୁ ବାହାଦୁରୀ ଓ ନିଷ୍ଠା ପାଇଁ ରାଷ୍ଟ୍ରିୟ ସ୍ତରରେ ୮ ଟି ମେଡାଲ ମଧ୍ୟ ମିଳିସାରିଛି । ତାଙ୍କ ନିକଟରେ ଆମେରିକା ଫାଇଟର ଜେଟ ଏଫ-୩୫, ଏଫ-୧୫, ଏଫ-୧୫ଇ,ଏଫ-୧୬ ଓ ଏଫ-୧୮ ଉଡାଇବାର ଅଭିଜ୍ଞତା ରହିଛି । ସେ ଆମେରିକା ବାୟୁସେନାରେ ୧୯୯୯ ରୁ ୨୦୧୭ ଯାଏଁ କାର୍ଯ୍ୟରତ ଥିଲେ ।