ସେମିଫାଇନାଲ ହାରିଲେ ବି ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ଆସିଲା ଖୁସି ଖବର । ଆଗାମୀ ଟି-୨୦ ବିଶ୍ୱକପ ପାଇଁ ହାସଲ କଲା ସିଧାସଳଖ ଯୋଗ୍ୟତା ।

134

କନକ ବ୍ୟୁରୋ: ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଏଥର ଟି-୨୦ ବିଶ୍ୱକପର ସେମିଫାଇନାଲରୁ ବିଦାୟ ନେଇଛି । ସେମିଫାଇନାଲରେ ଅଷ୍ଟ୍ରେଲିଆଠୁ ହାରିବା ସହ ଦଳର ବିଶ୍ୱକପ୍ ବିଜୟର ସ୍ୱପ୍ନ ଅଧାରେ ରହିଯାଇଛି । ତେବେ ଏଥର ଟି-୨୦ ବିଶ୍ୱକପ୍ ସେମିଫାଇନାଲରୁ ବିଦାୟ ନେଇଥିଲେ ବି, ଆଗାମୀ ଟି-୨୦ ବିଶ୍ୱକପକୁ ନେଇ ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ଆସିଛି ଖୁସି ଖବର । ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି ଭାରତୀୟ ମହିଳା କ୍ରିକେଟ୍ ଦଳ ।

୨୦୨୪ ମସିହାରେ ମହିଳା ଟି-୨୦ ବିଶ୍ୱକପ୍ ବାଂଲାଦେଶରେ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏବେଠୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି ଭାରତୀୟ ମହିଳା ଦଳ । ତେବେ ୨୦୨୩ ମସିହାରେ ଗ୍ରୁପର ଟପ-୬ରେ ରହିଥିବା ଦଳ ଆଗାମୀ ବିଶ୍ୱକପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଏଥର ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଗ୍ରୁପ-୧ର ଟପ୍-୩ରେ ରହିଥିଲେ । ସେହିଭଲି ଗ୍ରୁପ-୨ରେ ଇଂଲଣ୍ଡ, ଭାରତ ଓ ୱେଷ୍ଟଇଣ୍ଡିଜ୍ ଟପ୍-୩ରେ ରହିଥିଲେ । ତେଣୁ ଏହି ୬ଟି ଟିମ୍ ଏବେ ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି । ତେବେ ଶ୍ରୀଲଙ୍କା ଓ ଆର୍ୟଲ୍ୟାଣ୍ଡ ଟିମ୍ ଆଗାମୀ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳିବେ ବୋଲି ସୂଚନା ରହିଛି ।