ଆଜି ବିଶ୍ୱକପରେ ଭାରତ-ଇଂଲଣ୍ଡ ବଡ ଲଢେଇ: ମ୍ୟାଚ୍ ଜିତି ସେମିଫାଇନାଲ ସ୍ଥାନ ପକ୍କା କରିବା ଲକ୍ଷ୍ୟେରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ସେପଟେ କର ବା ମର ମନୋଭାବ ନେଇ ଲଢ଼େଇ କରିବ ଆୟୋଜକ ଇଂଲଣ୍ଡ

176

କନକ ବ୍ୟୁରୋ: ଆଜି ବିଶ୍ୱକପରେ ହାଇଭୋଲଟେଜ୍ ମ୍ୟାଚ୍ । ଏଜବାଷ୍ଟନରେ ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ଏପର୍ଯ୍ୟନ୍ତ ବିଶ୍ୱକପରେ ଅପରାଜେୟ ଥିବା ଟିମ୍ ଇଣ୍ଡିଆକୁ ବିଶ୍ୱକପ୍ ସେମି ଫାଇନାଲରେ ପ୍ରବେଶ ପାଇଁ ଆବଶ୍ୟକ ଗୋଟିଏ ବିଜୟ । ସେପଟେ ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ଇଂଲଣ୍ଡକୁ ଆବଶ୍ୟକ ବିଜୟ । ତେଣୁ ଟୁର୍ଣ୍ଣାମେଂଟରେ ତିଷ୍ଠି ରହିବାକୁ ହେଲେ ଇଂଲଣ୍ଡ ଏହି ମ୍ୟାଚ୍ ଜିତିବାକୁ ଭରପୁର ପ୍ରୟାସ କରିବ । ପଏଂଟ ଟେବୁଲରେ ଇଂଲଣ୍ଡ ଏବେ ୮ ପଏଂଟ ସହ ପଂଚମ ସ୍ଥାନକୁ ଖସି ଆସିଛି ।

image courtesy – iccworldcupthemesong.com

ଏହା ଉପରେ ୯ ପଏଂଟ ସହିତ ଚତୁର୍ଥ ସ୍ଥାନରେ ପହଁଚିଛି ପାକିସ୍ତାନ । ହେଲେ ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୬ ଟି ମ୍ୟାଚ୍ ରୁ ୫ ମ୍ୟାଚରେ ଅପରାଜେୟ ରହି ୧୧ ପଏଂଟ ସହ ପଏଂଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ ଯଦି ଆଜିର ମ୍ୟାଚ୍ ରେ ବିଜୟ ହାସଲ କରିନିଏ, ତେବେ ୧୩ ପଏଂଟ ସହ ଦଳ ସେମିଫାଇନାଲ ସ୍ଥାନ ପକ୍କା କରିନେବ । ଯଦି ଇଂଲଣ୍ଡ ମ୍ୟାଚ୍ ଜିତୁଛି ତେବେ ୧୦ ପଏଂଟ ସହ ପଏଂଟ ଟେବୁଲରେ ପାକିସ୍ତାନକୁ ହଟାଇ ଚତୁର୍ଥ ସ୍ଥାନରେ ରହି ସେମି ଦୌଡରେ ରହିବ ଟିମ୍ ।

ନଚେତ୍ ବିଶ୍ୱକପ୍ ସେମି ଦୌଡରୁ ଇଂଲଣ୍ଡ ବାଦ୍ ପଡିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯିବ । ତେଣୁ ଆଜିର ମ୍ୟାଚ୍ ଇଂଲଣ୍ଡ ପାଇଁ କର ବା ମର ସଦୃଶ ରହିବ । ସେପଟେ ଟିମଇଣ୍ଡିଆ ଏହି ମ୍ୟାଚରେ କମଳା ରଂଗର ଜର୍ସିରେ ପଡିଆକୁ ଓହ୍ଲାଉଥିବା ବେଳେ ଚୂଡାନ୍ତ ଦଳରେ ଗୋଟିଏ କିଂବା ୨ଟି ପରିବର୍ତନ ହେବା ଆଶା ରହିଛି । ବିଜୟ ଶଙ୍କର ଓ କେଦାର ଯାଦବଙ୍କ ସ୍ଥାନରେ କାର୍ତିକ, ପନ୍ତ ଓ ଜାଡେଜାଙ୍କ ମଧ୍ୟରୁ କୌଣସି ଖେଳାଳିଙ୍କୁ ସୁଯୋଗ ମିଳିପାରେ ବୋଲି ଅନୁମାନ କରାଯାଉଛି ।