କୋହଲି-କେଦାରଙ୍କ ଦମଦାର ଅର୍ଦ୍ଧଶତକ । ଆଫଗାନିସ୍ତାନ ଆଗରେ ୨୨୫ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ବିରାଟ ବାହିନୀ ।

110

କନକ ବ୍ୟୁରୋ : ଆଫଗାନିସ୍ତାନ ଆଗରେ ୨୨୫ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ବିରାଟ ବାହିନୀ । ବିଶ୍ୱକପର ୨୮ତମ ମ୍ୟାଚରେ ସାଉଥହମ୍ପଟନ ଠାରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଆଫଗାନିସ୍ତାନ । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୨୪ ରନ୍ କରିବାକୁ ସକ୍ଷମ ହୋଇଛି । ଦଳ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୬୭ ରନ କରିଛନ୍ତି ।

ଅଧିନାୟକ ବିରାଟ କୋହଲି ଓ କେଦାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ଶନିବାର ଆଫଗାନିସ୍ତାନ ବିପକ୍ଷରେ ୨୨୪ ରନ୍‌ କରିଛି । ଭାରତର ଇନିଂସରେ କେଦାର ଯାଦବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । କେଦାର ୬୮ଟି ବଲ ଖେଳି ୫୨ ରନ୍‌ କରିଥିଲେ । ସେ ଦୀର୍ଘ ସମୟ ଯାଏଁ କ୍ରିଜରେ ରହିଥିବାରୁ ଭାରତ ଯଦିଓ ବିଶାଳ ସ୍କୋର କରିପାରି ନାହିଁ, ତଥାପି ସମ୍ମାନଜନକ ସ୍କୋର କରିପାରିଛି ।

ଟିମ୍‌ ଇଣ୍ଡିଆ ୭ ରନ୍‌ରେ ଓପରନର ରୋହିତ ଶର୍ମାଙ୍କୁ ହରାଇବା ପରେ ବିରାଟ କୋହଲି ବ୍ୟାଟିଂ କରିବା ପାଇଁ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ । ଆରମ୍ଭରୁ ଭାରତ ରୋହିତ ଶର୍ମା (୧ ରନ୍‌)ଙ୍କୁ ହରାଇ ଥିଲା । ମୁଜିବ ଉର୍‌ ରହମାନଙ୍କ ବଲରେ ରୋହିତ ଶର୍ମା ଆଉଟ୍‌ ହୋଇଥିଲେ । ଟିମ୍‌ ୨ୟ ଓ୍ଵିକେଟ ଭାବେ ଲୋକେଶ ରାହୁଲଙ୍କୁ ହରାଇଥିଲା । ଲୋକେଶ ୫୩ଟି ବଲ ଖେଳି ଟିମ୍‌ ପାଇଁ ୩୦ ରନ୍‌ ଯୋଡ଼ିଥିଲେ । ସେ ଆଫଗାନିସ୍ତାନ ଅଧିନାୟକ ଗୁଲାବଦୀନ ନାବିଙ୍କ ବଲ ହଜରତୁଲ୍ଲାଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ ଫେରିଥିଲେ ।