ମୌସୁମୀ ବର୍ଷାରେ ବେହାଲ ଅଧା ଭାରତ । ଦିଲ୍ଲୀରେ ୪୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ହିମାଚଳରେ ଭୂସ୍ଖଳନ କାରଣରୁ ୩ମୃତ

235

କନକ ବ୍ୟୁରୋ : ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଭାଗ ମୁତାବକ ଦେଶର ଏଭଳି ୮ଟି ରାଜ୍ୟ ରହିଛି ଯେଉଁଠି ଅଧିକାରୀ ଭାବେ ବନ୍ୟା ଘୋଷଣା କରାଯାଇଛି ।

ବନ୍ୟା ପରିସ୍ଥିତି ଦେଖା ଦେଇଥିବା ରାଜ୍ୟଗୁଡିକ ମଧ୍ୟରେ ରହିଛି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, କେରଳ, ଗୋଆ, କର୍ଣ୍ଣାଟକ ଓ ନାଗାଲାଣ୍ଡ । ଏସବୁ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ହିମାଚଳପ୍ରଦେଶରେ ଭୂସ୍ଖଳନ ଓ ପ୍ରବଳ ବର୍ଷା କାରଣରୁ ୧୩୩ଟି ସଡକ ବନ୍ଦ କରାଯାଇଛି । ଭୂସ୍ଖଳନ କାରଣରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହାସହ ବିମାନ ଚଳାଚଳ ଓ ରେଳ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିଛି ।

ସେହିଭଳି ଉତ୍ତରାଖଣ୍ଡରେ ବର୍ଷା କାରଣରୁ ୧୫୪ଟି ରାସ୍ତା ବନ୍ଦ କରାଯାଇଛି । ଏହାସହ ୬ଜିଲ୍ଲାର ୧୨୧ ଗାଁର ୨୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଗୋଟିଏ ପଟେ ଦେଶର ପ୍ରବଳ ବର୍ଷା ଜାରି ରହିଥିବା ବେଳେ କାରଗିଲରେ ୪ରୁ ୫ ଇଞ୍ଚ ପର୍ଯ୍ୟନ୍ତ ବରଫ ବର୍ଷା ହୋଇଛି ।

ସେପଟେ ଦିଲ୍ଲୀରେ ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ ସରକାର ରାଜ୍ୟ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । କୁହାଯାଉଛି କି ପୂର୍ବ ୪୦ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା ।