ସଶକ୍ତ ହେଉଛି ଭାରତ,ମଜୁବୁତ ହେଉଛି ଦେଶର ପ୍ରତିରକ୍ଷା କ୍ଷେତ୍ର । ଆମେରିକାଠୁ ଅତ୍ୟାଧୁନିକ ପିଡ୍ରେଟର ଡ୍ରୋନ କିଣିବା ଭାରତ

91

କନକ ବ୍ୟୁରୋ : ଅଧିକ ଶକ୍ତିଶାଳୀ ହେଉଛି ଭାରତ । ଅଧିକ ମଜବୁତ ହେଉଛି ଦେଶର ପ୍ରତିରକ୍ଷାକ୍ଷେତ୍ର । ଶତ୍ରୁପକ୍ଷଙ୍କୁ ମାତ ଦେବା ପାଇଁ ଭାରତ ନିଜ ପ୍ରତିରକ୍ଷା କ୍ଷେତ୍ରକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଅଧିକ ମଜବୁତ କରିବା ଦିଗରେ ଆଗେଇ ଚାଲିଛି । ଏହା ଭିତରେ ଆମେରିକାର ସବୁଠୁ ବ୍ୟୟବହୁଳ, ଅତ୍ୟାଧୁନିକ,ଶକ୍ତିଶାଳୀ ଡ୍ରୋନ ପ୍ରିଡେଟର କ୍ରୟ କରିବ ।

ଭାରତ କିଣିବ ‘ପ୍ରିଡେଟର’ ଡ୍ରୋନ୍

-ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷର କରାଯାଇଛି
-୨୪ହଜାର କୋଟିର ପ୍ରସ୍ତାବକୁ ମଂଜୁରୀ ମିଳିଛି
-ପ୍ରଥମ ପର୍ଯ୍ୟାୟରେ ୧୮ଟି ଡ୍ରୋନ କ୍ରୟ କରାଯିବ
-ଆମେରିକୀୟ କମ୍ପାନୀ ଜେନେରାଲ ଅଟୋମିକ୍ସ ନିର୍ମାଣ କରୁଛି

ଗୁରୁବାର ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକ ବା ଡିଏସିରେ ସାମରିକ ଚୁକ୍ତି ନେଇ ନିଷ୍ପତି ନିଆଯାଇଛି । ଏହା ପରେ କ୍ୟାବିନେଟ କମିଟି ଏହି ପ୍ରସ୍ତାବକୁ ଅନୁମୋଦନ ଦେବେ । ଆମେରିକାରୁ ୧୮ଟି ପ୍ରିଡେଟର ଡ୍ରୋନ କ୍ରୟ କରାଯିବ ଓ ୧୫ଟି ଡ୍ରୋନ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରାଯିବ ।

‘ପ୍ରିଡେଟର’ ଡ୍ରୋନ୍ କ’ଣ?
-‘ପ୍ରିଡେଟର’ ଡ୍ରୋନକୁ ‘ଏକ୍ୟୁ ନାଇନ ରିପର’ ଡ୍ରୋନ କୁହାଯାଏ
-ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଡ୍ରୋନ୍ ଅଟେ
-ଏହା ଲମ୍ବ ୧୧ ମିଟର
-ଲଗାତାର ୨୭ରୁ ୩୬ ଘଂଟା ପର୍ଯ୍ୟନ୍ତ ଉଡ଼ାଣ କରିପାରେ
-୫୦ହଜାର ଫୁଟ ଉପରେ ଉଡ଼ାଣ କ୍ଷମତା ରହିଛି
-ଘଂଟାକୁ ୪୪୪ କିମି ବେଗରେ ଗତି କରିପାରେ
-ଶତ୍ରୁପକ୍ଷର ଫଟୋ ଉତ୍ତୋଳନ କରି ଠାବ କରିବା ଓ ଆକ୍ରମଣ କ୍ଷମତା ରହିଛି
-ଶକ୍ତିଶାଳୀ କ୍ଷେପଣାସ୍ତ୍ର ବହନ କରିବା କ୍ଷମତା ରହିଛି
-ପରିବହନ କ୍ଷମତା ୧୭୪୬ କେଜି ରହିଛି
– ମୁଖ୍ୟତଃ ପାକିସ୍ତାନ ଓ ଚୀନ ଉପରେ ନଜର ରଖିବ ପ୍ରିଡେଟର ଡ୍ରୋନ୍

ନିକଟରେ ଆମେରିକାର ଜାତୀୟ ସୁରକ୍ଷା ପରାର୍ମଶଦାତା ଜ୍ୟାକ୍ ସୁଲିଭାନ ଭାରତ ଆସିଥିଲେ । ଭାରତର ସୁରକ୍ଷା ପରାର୍ମଶଦାତା ଅଜିତ ଡୋଭାଲଙ୍କୁ ସାକ୍ଷାତ କରି ଦୁଇ ଦେଶ ଓ ଅର୍ନ୍ତଜାତୀୟ ସୁରକ୍ଷା ଉପରେ ବିସ୍ତାରରେ ଆଲୋଚନା କରିଥିଲେ । ଏହା ପରେ ଏହି ସାମରିକ ଚୁକ୍ତିରେ ସ୍ୱାକ୍ଷର କରାଯାଇଛି ।