ବଢିବ ନୌସେନାର ଶକ୍ତି, ସାମିଲ ହେବ ଆଇଏନଏସ ବିକ୍ରାନ୍ତ। ସ୍ୱଦେଶୀ କୌଶଳରେ ନିର୍ମିତ ଏୟାରକ୍ରାପ୍ଟ କ୍ୟାରିୟର।

107

କନକ ବ୍ୟୁରୋ: ଖୁବ ଶୀଘ୍ର ସ୍ୱଦେଶୀ କୌଶଳରେ ନିର୍ମିତ ଏୟାରକ୍ରାପ୍ଟ କ୍ୟାରିୟର ଆଇଏନଏସ ବିକ୍ରାନ୍ତ ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି । ସେପ୍ଟେମ୍ବର ୨ରେ ନୌସେନାକୁ ଏହି ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପୁରୁଣା ଆଇଏନଏସ ବିକ୍ରାନ୍ତର ଅବସର ନେବା ୮ବର୍ଷ ପରେ ଏବେ ସେନାରେ ସାମିଲ ହେବାକୁ ଯାଉଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନଏସ ବିକ୍ରାନ୍ତ । ଭାରତ ମହାସାଗରେ ଚୀନ ନିଜର ଦବଦବା ଜାହିର କରୁଥିବାବେଳେ ଏବେ ଆଇଏନଏସ ବିକ୍ରାନ୍ତର ମୃତୟନ ଚୀନକୁ ଚେକ୍ ଦେବାରେ ବେଶ ସହାୟକ ହେବ । ଏଥିସହ ସମୁଦ୍ରରେ ଭାରତୀୟ ସେନାର ଶକ୍ତି ମଧ୍ୟ ବେଶ ବୃଦ୍ଧି ପାଇବ । ଆତ୍ମନିର୍ଭର ଭାରତର ଏହା ଅନ୍ୟତମ ବଡ ଉଦାହରଣ ହୋଇ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି ।

ଆସନ୍ତୁ ଜାଣିବା ସ୍ୱଦେଶୀ କୌଶଳରେ ନିର୍ମିତ ଆଇଏନଏସ ବିକ୍ରାନ୍ତ ବିଷୟରେ ।
ନୂଆ ଆଇଏନଏସ ‘ବିକ୍ରାନ୍ତ’
ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ
• ୨୦୦୯ ମସିହାରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା
• ୨୦ହଜାର କୋଟି ବଜେଟରେ ଏହା ନିର୍ମିତ ହୋଇଛି
• ଏହାର ଓଜନ ରହିଛି ୪୦ହଜାର ଟନ୍
• ଏହାର ଲମ୍ବ ହେଉଛି ୨୬୨ ମିଟର
• ଚଉଡା ୬୨ ମିଟର, ଉଚ୍ଚତା ୫୯ ମିଟର
• ଭାରତୀୟ ନୌସେନାର ଡିରେକ୍ଟୋରେଟ୍ ଅଫ ନାଭାଲ ଡିଜାଇନ ବା ଡିଏନଡି ଏହାକୁ ନିର୍ମାଣ କରିଛି ।
• କେରଳ କୋଚିନ ସିପ୍ୟାର୍ଡରେ ନିର୍ମାଣ ହୋଇଛି ।
• ଆଇଏନଏସ ବିକ୍ରାନ୍ତରରେ ରହିଛି ୨ଟି ଫୁଟବଲ ଗ୍ରାଉଣ୍ଡ
• ଏକକାଳୀନ ୭୫୦୦ ସାମୁଦ୍ରିକ ମାଇଲ ଦୂରତା ଅତିକ୍ରମ କରିପାରେ
• ଏହାର ଟପ୍ ସ୍ପିଡ୍ ହେଉଛି ୨୩ ନଟ୍ସ
• ଏଥିରେ ୩୦ଟି ଯୁଦ୍ଧବିମାନଙ୍କୁ ମୃତୟନ କରାଯାଇପାରେ
• ମିଗ୍ ୨୯କେ, କମୋଭ-୩୧ ଓ ଏମଏଚ୍-୬୦ଆର ହେଲିକପ୍ଟର ସାମିଲ ଅଛନ୍ତି
• ୨୩ଶହ କମ୍ପାର୍ଟମେଣ୍ଟରହିଛି
• ୧୭ଶହ ନୌସେନା ଅଧିକାରୀଙ୍କ ରହଣୀ ବ୍ୟବସ୍ଥା ରହିଛି
• ୧୭ହଜାର ସ୍ୱତନ୍ତ୍ର ଏୟାରକ୍ରାଫ୍ଟ ଡିଜାଇନର ଏହାକୁ ନିର୍ମାଣ କରିଛନ୍ତି
• ମହିଳା ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର କ୍ୟାବିନ ରହିଛି ।
• ଭାରତ ମହାସାଗରେ ସଫଳତାର ସହ ଟ୍ରାଏଲ ଶେଷ ହୋଇଛି ।

ଭାରତୀୟ ନୌସେନାର ୧୯୬୧ ମସିହାରେ ପ୍ରଥମ ଥର ପାଇଁ ଆଇଏନଏସ ବିକ୍ରାନ୍ତ ସାମିଲ ହୋଇଥିଲା । ମୂଳତଃ ଏହାର ନାଁ ଆଇଏନଏସ ବିଜୟଲକ୍ଷ୍ମୀ । ପରବର୍ତ୍ତୀ ସମୟରେ ଏହା ଆଇଏନଏସ ବିକ୍ରାନ୍ତଭାବେ ଜଣାଯାଇଥିଲା । ଏହାକୁ ବ୍ରିଟେନର ୱିର୍କସ-ଆମଷ୍ଟ୍ରଂଗ ସିପୟାଡରେ ନିର୍ମାଣ କରାଯାଇଥିଲା । ୧୯୪୫ରୁ ୧୯୫୭ ପର୍ଯ୍ୟନ୍ତ ବ୍ରିଟେନ ନୌସେନାରେ ଆଇଏନଏସ ଏଚଏମଏସ ବା ମାଜେଷ୍ଟିସିପ୍ ଭାବେ ସାମିଲ ଥିଲା । ୧୯୫୭ ମସିହାରେ ଭାରତକୁ ବ୍ରିଟେନ ଏହା ବିକ୍ରି କରିଥିଲା । ଆଇଏନସ ବିକ୍ରାନ୍ତଙ୍କୁ ନୂଆ ରୂପରେ ୧୯୬୧ ମସିହାରେ ଭାରତରେ ସାମିଲ କରାଯାଇଥିଲା । ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ବଡ ଭୂମିକା ତୁଳାଇଥିଲା ଆଇଏନଏସ ବିକ୍ରାନ୍ତ । ୨୦୧୪ ମସିହାରେ ସେନାରୁ ଅବସର ନେଇଥିଲା । ପରେ ୬୦କୋଟି ଟଙ୍କାରେ ଏହାକୁ କିଣିଥିଲା ଘରୋଇ କମ୍ପାନୀ । ଯାହାକୁ ନେଇ ଅସନ୍ତୋଷର ସ୍ୱର ଉତୋଳନ ମଧ୍ୟ ହୋଇଥିଲା ।