ବରଯାତ୍ରୀ ବେଶରେ ଆସି କଲେ ଚଢ଼ାଉ: ଜବତ ହେଲାଣି ୩୯୦ କୋଟି ଟଙ୍କା

217

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ପାର୍ଥ ଅର୍ପିତାଙ୍କ ପାଖରୁ ୫୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହେବା ଘଟଣା ମନରୁ ନଯାଉଣୁ ମହାରାଷ୍ଟ୍ରରେ ବି ଜଣେ ବ୍ୟବସାୟୀଙ୍କ ଘରୁ ଠାବ ହୋଇଛି ଟଙ୍କାର ପାହାଡ଼ । ଜାଲନାର କପଡ଼ା ଓ ରିୟଲଇଷ୍ଟେଟ୍ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢାଉ କରି ୧୦୦ କୋଟିରୁ ଅଧିକ ଟଙ୍କାର ସଂପତି ଜବତ କରିଛି । ଆଉ ଏହି ଚଢ଼ାଉ ପାଇଁ ଆୟକର ବିଭାଗ ଯେଉଁ ମାଷ୍ଟର ପ୍ଲାନ୍ କରିଥିଲା, ତାହା ସମସ୍ତଙ୍କୁ ଚକିତ କରିଛି । ଟିକସ ଫାଙ୍କିଥିବା ସୂଚନା ପାଇବା ପରେ ଆୟକର ବିଭାଗର ଲକ୍ଷ୍ୟ ରଖିଥିଲା କିଭଳି କଳେ ବଳେ କୌଶଳେ ବିପୁଳ ପରିମାଣର କଳାଧନକୁ ଜବତ କରାଯିବ । ତେଣୁ ଏଥିପାଇଁ ସିକ୍ରେଟ ମିଶନ ପ୍ରସ୍ତୁତ କରିଥିଲେ ଆୟକର ବିଭାଗର ଅଧିକାରୀ । ଯୋଜନା ମୁତାବକ ବରଯାତ୍ରୀ ବେଶରେ ଠିକଣା ନିକଟରେ ଅଧିକାରୀମାନେ ପ୍ରବେଶ କଲୋ କାହାକୁ କିଛି ଯେପରି ସନ୍ଦେହ ନହୁଏ, ତେଣୁ ଯେଉଁ ଗାଡ଼ି ସେମାନେ ବ୍ୟବହାର କରିଥିଲେ ସେଥିରେ ବରଯାତ୍ରୀ ଷ୍ଟିକର ଲଗାଇଥିଲେ ।

ଚଢାଉ ପାଇଁ କୋ ୱାଡ ଦିଆଯାଇଥିଲା ‘ଦୁଲହନ୍ ଲେ ଜାୟେଙ୍ଗେ’ । ଅଧିକାରୀମାନେ ଏକାସହ ୫ଟି ସ୍ଥାନରେ ଚଢାଉ କରି ପ୍ରାୟ ୩୯୦କୋଟି ଟଙ୍କା ମୂଲ୍ୟର ସମ୍ପତି ଜବତ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ହେଲେ ସବୁଠାରୁ ବଡ କଥା ହେଉଛି ଜବତ ସଂପତିରେ ଅଛି ନଗଦ ୫୮ କୋଟି ଟଙ୍କା । ଆଉ ଜବତ ୩୨ କିଲୋ ସୁନାର ଦାମ ୧୭ କୋଟି ଟଙ୍କା ହେବ । ଅଗଷ୍ଟ ୧ରୁ ୮ ଯାଏଁ ହୋଇଥିବା ଏହି ଚଢାଉରେ ୨୬୦ ଜଣ ଅଧିକାରୀ ସାମଲ ହୋଇଥିଲେ । ଜବତ ଟଙ୍କାକୁ ୧୩ ଘଂଟା ଧରି ଗଣି ଗଣି ନୟାନ୍ତ ହୋଇଯାଇଥିଲେ କର୍ମଚାରୀ । ଶେଷରେ ଟଙ୍କା ଗଣିବା ପାଇଁ ମେସିନ୍ ଅଣାଯାଇଥିଲା । ଏହି ଚଢାଉ ପାଇଁ ଆୟକର ବିଭାଗର ପ୍ରାୟ ୨୬୦ଜଣ ଅଧିକାରୀ ସାମିଲ ଥିଲେ । ୧୨୦ଟି ଗାଡି ବ୍ୟବହାର କରାଯାଇଥିଲା । ରେଡ୍ ପାଇଁ ୫ଟି ଟିମ ଗଠନ କରାଯାଇଥିଲା ।

ବରଯାତ୍ରୀ ବେଶରେ ଆୟକର ଅଧିକାରୀ
– ଚଢ଼ାଉ ଖବର ଲିକ୍ ନହେବା ଆୟକର ବିଭାଗ କରିଥିଲା ବଡ଼ ମାଷ୍ଟର ପ୍ଲାନ
– ନାସିକ, ପୁଣେ, ଠାଣେ ଓ ମୁମ୍ବାଇର ୨୬୦ ଅଧିକାରୀ ହୋଇଥିଲେ ସାମିଲ
– ସବୁ ଅଧିକାରୀ ନିଜ ନିଜର ଗାଡ଼ିରେ ବର ଓ କନ୍ୟା ନାମର ଷ୍ଟିକର ଲଗାଇଥିଲେ
– ଲାଗୁଥିଲା ଯେପରି ଅଧିକାରୀ ଓ କର୍ମଚାରୀ କୌଣସି ବିବାହ କାର୍ଯ୍ୟକ୍ରମକୁ ଯାଉଛନ୍ତି
– ସବୁ ଗାଡ଼ିର ପରିଚୟ ପାଇଁ ଏକ କୋଡ ୱାର୍ଡ ଲଗାଯାଇଥିଲା
– କୋର୍ଡ ୱାର୍ଡ ଥିଲା ‘ଦୁଲହନ୍ ହମ୍ ଲେ ଜାୟେଙ୍ଗେ’
– ଏହା ପରେ ସବୁ ଅଧିକାରୀ ଜାଲନା ଅଭିମୁଖେ ଯାତ୍ରା କରିଥିଲେ
– ‘ଦୁଲହନ୍ ହମ୍ ଲେ ଜାୟେଙ୍ଗେ’ ଷ୍ଟିକର ଗାଡ଼ି ଜାଲନାରେ ପହଂଚିଥିଲା
– ପରେ ସବୁ ଅଧିକାରୀ ଜଣେ ବ୍ୟବସାୟୀଙ୍କ ଘର, କାର୍ଯ୍ୟାଳୟ ଓ କାରଖାନାକୁ ଯାଇଥିଲେ
– ବରଯାତ୍୍ରୀ ଭାବେ ଆସି ଏମାନେ ଚଢ଼ାଉ ଆରମ୍ଭ କରିଦେଇଥିଲେ

୩୯୦କୋଟିର ସମ୍ପତି
– ଠିକଣାରୁ ମିଳିଲା ୫୮କୋଟିର ନଗଦ ଟଙ୍କା
– ୩୨କେଜି ସୁନା ଜବତ
– ୧୬ କୋଟି ଟଙ୍କାର ବହୁମୂଲ୍ୟ ଅଳଙ୍କାର
– ଟଙ୍କା ଗଣିବା ପାଇଁ ୧୩ଟି ମେସିନର ସାହାର୍ଯ୍ୟ ନିଆଯାଇଥିଲା
– ଅଧିକାରୀଙ୍କୁ ଟଙ୍କା ଗଣିବା ପାଇଁ ୧୩ଘଂଟାର ସମୟ ଲାଗିଥିଲା
– ୫ଟି ବିଜନେସ ଗ୍ରୁପର ଠିକଣା ଉପରେ ଏହି ଚଢାଉ କରିଛି ଆଇଟି
– ଆଇଟି ସ୍କାନରରେ ରହିଥିଲା ଏସଆରଜି, ଷ୍ଟିଲ, କାଲିକା ଷ୍ଟିଲ, ଏକେ କୋ ଅପରେଟିଭ ବ୍ୟାଙ୍କ