ଜେଲରୁ ମୁକୁଳିବା ପରେ ଅର୍ଚ୍ଚନା ନାଗଙ୍କ ଦୃଢୋକ୍ତି: କହିଲେ ପଛରୁ ଆକ୍ରମଣ କରନି, ସାହସ ଅଛି ତ ସାମ୍ନାକୁ ଆସ

163

କନକ ବ୍ୟୁରୋ: ଜେଲରୁ ମୁକୁଳିଥିବା ପରେ ଅର୍ଚ୍ଚନା ନାଗଙ୍କ ଦିଆଯାଉଛି ହତ୍ୟା ଧମକ । ହେଲେ ଧମକରେ ଡରିବାର ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅର୍ଚ୍ଚନା ନାଗ । ସାମ୍ବାଦିକଙ୍କ ପ୍ରଶ୍ନର ଉତର ରଖି କହିଛନ୍ତି ମୁଁ କାହାକୁ ଡରେନି । ବ୍ୟାକ୍ ଷ୍ଟାବିଙ୍ଗ୍ କରନ୍ତୁ ନାହିଁ । ସାହସ ଅଛି ଯଦି ସାମ୍ନାକୁ ଆସି ଆକ୍ରମଣ କରନ୍ତୁ । କୋର୍ଟଙ୍କ ଉପରେ ଭରସା ରହିଛି । ଖୁବଶୀଘ୍ର ସମସ୍ତଙ୍କ ନା ସାମ୍ନାକୁ ଆଣିବେ ବୋଲି କହିଛନ୍ତି ଅର୍ଚ୍ଚନା । ହନିଟ୍ରାପ୍ ମାମଲାରେ ଗିରଫ ହୋଇ ୧୪ ମାସ ଧରି ଜେଲରେ ରହିଥିଲେ । ଜେଲରୁ ଜାମିନରେ ବାହାରିବା ପରେ ତାଙ୍କ ଘର ପାଖରେ କିଛି ସନ୍ଦିଗ୍ଧ ଲୋକ ବୁଲାବୁଲି କରୁଛନ୍ତି । ଦୁଇ ଜଣ ଅଜଣା ବ୍ୟକ୍ତି ଅର୍ଚନା ନାଗ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ଧମକ ଦେଉଥିବା ସେ ଅଭିଯୋଗ ଆଣିଛନ୍ତି । ଜେଲରୁ ବାହାରିବା ପରେ ସେ ନ୍ୟାୟିକ ପ୍ରକ୍ରିୟା ଉପରେ ଭରସା ରଖି ଶାନ୍ତିରେ ରହିବାକୁ ଚାହୁଁଛନ୍ତି । ହେଲେ କିଛି ବ୍ୟକ୍ତି ତାଙ୍କୁ ଜାଣି ଶୁଣି ହଇରାଣ କରିବା ସହ ପୁଣି ମିଛ ମାମଲାରେ ଜେଲକୁ ପଠାଇବାକୁ ଧମକ ଦେଉଥିବା ଅର୍ଚନା ନାଗ କହିଛନ୍ତି । ଆଜି ଲ’ ପରୀକ୍ଷା ଦେବା ପାଇଁ ଅର୍ଚ୍ଚନା ନାଗ ସ୍ୱାମୀଙ୍କ ସହ କ୍ୟାପିଟାଲ ଲ’ କଲେଜରେ ପହଂଚିଥିଲେ । ସେ କଲେଜରେ ପହଂଚିବା କ୍ଷଣି ଦୁଇ ଯୁବକ ସେଠାରେ ପହଂଚି ତାଙ୍କୁ ହତ୍ୟା ଧମକ ଦେଇଥିଲେ । ଏଥିରେ ସେ ଡରିବେ ନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି ଅର୍ଚ୍ଚନାଙ୍କୁ ହତ୍ୟା ଧମକ ଦେଉଛନ୍ତି କିଏ । ଅର୍ଚ୍ଚନାଙ୍କ ଉନ୍ନତିକୁ ସହିପାରୁନାହାନ୍ତି କିଏ । ପଛରୁ ଛୁରାମାଡ କରୁଛି କିଏ । କାହା ନା ସାମ୍ନାକୁ ଆଣିବେ ବୋଲି କହିଛନ୍ତି ହନିଟ୍ରାପ୍ ମାମଲାରେ ଜେଲ ଯାଇଥିବା ଅର୍ଚ୍ଚନା ।