କୁଚିଣ୍ଡାରେ କାଳ ହେଲା କାଳବୈଶାଖୀ । ପବନରେ ଉଡ଼ିଗଲା ଅନେକ ଘରର ଛପର ।

229

କନକ ବ୍ୟୁରୋ: କାଳ ପାଲଟିଲା କାଳବୈଶାଖୀ । କେଉଁଠି ବଡ଼ ବଡ଼ ଗଛ ଭାଙ୍ଗିପଡ଼ିଛି ତ ପୁଣି କେଉଁଠି ଘର ଛପର ଉଡ଼ାଇ ନେଇଛି । ସମ୍ବଲପୁର କୁଚିଣ୍ଡା ବ୍ଲକରେ ତାଣ୍ଡବ ରଚିଛି କାଳବୈଶାଖୀ ବର୍ଷା । କୁସୁମୀ, କୁନ୍ତରା, ସାଲେଭାଡି, ବଣ୍ଡାବାହାଲ, ବ୍ରାହ୍ମଣୀଡିହି, ଅଂଲାପୋଷୀ, ଚିତ୍ରାପୋଷୀ, ମୁଣ୍ଡାପଡା, ଲୁନ୍ଦୁରୁଡିହି ଆଦି ଗାଁରେ ବହୁ ଲୋକଙ୍କ ଘର ଛପର ଉଡାଇନେବା ସହ ଲୋକଙ୍କୁ ବେସାହାରା କରିଦେଇଛି କାଳବୈଶାଖୀ । ଅନେକ ସ୍ଥାନରେ ରାସ୍ତା ଉପରେ ଗଛ ପଡିବାରୁ ଯାତାୟତ ପ୍ରଭାବିତ ହୋଇଛି । ଘରେ ଥିବା ଧାନ, ଚାଉଳ ଓ ଆସବାବପତ୍ର ନଷ୍ଟ ହୋଇଛି । ତେବେ ଖବର ପାଇ ସ୍ଥାନୀୟ ସରପଞ୍ଚ, ରାଜସ୍ୱ ନିରିକ୍ଷକ କ୍ଷତିଗ୍ରସ୍ତଙ୍କ ପରିବାରଙ୍କୁ ଭେଟିବା ସହ ଭାଙ୍ଗିଥିବା ଘର ବୁଲି ଦେଖିଛନ୍ତି । କ୍ଷୟକ୍ଷତିର ଆକଳନ କରି ଲୋକଙ୍କୁ ଯଥା ଶିଘ୍ର କ୍ଷତିପୁରଣ ଦେବା ପାଇଁ ଦାବି ହୋଇଛି ।