ଆଇଏଏସସ୍ତରରେ ବଡଧରଣର ଅଦଳବଦଳ। ବଦଳିଲେ ବିଏମସି, ସିଏମସି କମିଶନର। 

808

କନକ ବ୍ୟୁରୋ: ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ । ସୁଧାଂଶୁ ମୋହନ ସାମଲ ହେଲେ ଜଳ ସମ୍ପଦ ବିଭାଗ ଯୁଗ୍ମ ସଚିବ। ବୁନ୍ଦା. ଡି ଓଏସଏମସିଏଲର ପରିଚାଳନା ନିର୍ଦ୍ଦେଶକ ହୋଇଛନ୍ତି । ପ୍ରେମଚନ୍ଦ ଚୌଧୁରୀ କୃଷି ନିର୍ଦ୍ଦେଶକ ଭାବେ ବଦଳି ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାପାଳ ଥିବା କେ ସୁଦର୍ଶନ ଚକ୍ରବର୍ତ୍ତୀ ଖୋର୍ଦ୍ଧା ଜିଲ୍ଲାପାଳ ହୋଇଛନ୍ତି । ସେହଭଳି ସଂଗ୍ରାମ କେଶରୀ ମହାପାତ୍ର ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ହୋଇଛନ୍ତି । ସିଏମସି କମିଶନର ଭାବେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ  ବଦଳି ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ କମିଶନର ହୋଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଥିବା ବିଜୟ ଅମୃତ କୁଲାଙ୍ଗେ । ମଧୁସ୍ମିତା ସାହୁ ରାଜସ୍ୱ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ।

କଳାହାଣ୍ଡି ଜିଲ୍ଲାପାଳ ଥିବା ଗାଭିଲ ପରାଗ ହର୍ଷଦ ସୁନ୍ଦରଗଡ ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି । ନୂଆପଡା ଜିଲ୍ଲାପାଳ ଥିବା ସ୍ୱାଧା ଦେବ ସିଂହ ରାୟଗଡ ଜିଲ୍ଲାପାଳ ହୋଇଛନ୍ତି । ରାୟଗଡା ଜିଲ୍ଲାପାଳ ଥିବା ସରୋଜ ମିଶ୍ର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛନ୍ତି । ସିଏମସି କମିଶନର ଥିବା ଅନନ୍ୟା ଦାସ ସମ୍ବଲପୁର ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି । ସମ୍ବଲପୁର ଜିଲ୍ଲାପାଳ ଥିବା ଦିବ୍ୟଜ୍ୟୋତି ପରିଡା ଗଞ୍ଜାମ ଜିଲ୍ଲାପାଳ ହୋଇଛନ୍ତି । ବ୍ରହ୍ମପୁର ମହାନଗର ନିଗମ କମିଶନର ଥିବା ସିଦେ୍ଧଶ୍ୱର ବଳିରାମ ଭଦ୍ରକ ଜିଲ୍ଲାପାଳ ହୋଇଛନ୍ତି ।

ଭଦ୍ରକ ଜିଲ୍ଲାପାଳ ଥିବା ତ୍ରିଲୋଚନ ମାଝୀ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛନ୍ତି । ଗଞ୍ଜାମର ପିଡି ଡିଆରଡିଏ ଥିବା ଦତ୍ତାତ୍ରେୟ ଭାଉସାହେବ ସିନେ୍ଧ ବାଲେଶ୍ୱର ଜିଲ୍ଲାପାଳ ହୋଇଛନ୍ତି । କଳାହାଣ୍ଡିର ପିଡି ଡିଆରଡିଏ ଥିବା ସୋମେଶ କୁମାର ଉପାଧ୍ୟାୟ ଦେବଗଡ ଜିଲ୍ଲାପାଳ ହୋଇଛନ୍ତି । ମୟୂରଭଞ୍ଜର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ପି ଅନ୍ୱେଶା ରେଡ୍ଡୀ କଳାହାଣ୍ଡି ଜିଲ୍ଲାପାଳ ହୋଇଛନ୍ତି । ସେହିଭଳି କନ୍ଧମାଳ ଜିଲ୍ଲାପାଳ ହୋଇଛନ୍ତି ପାଟିଲ ଆଶିଷ ଇଶ୍ୱର । ହେମକାନ୍ତ ସାଏ ନୂଆପଡା ଜିଲ୍ଲାପାଳ ହୋଇଛନ୍ତି । କିର୍ତ୍ତୀଭାସନ ଭି. ଗଞ୍ଜାମ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ହୋଇଛନ୍ତି । ସୂର୍ୟ୍ୟବଂଶୀ ମୟୂର ବିକାଶ ବିଏମସିର ଅତିରିକ୍ତ କମିଶନର ହୋଇଛନ୍ତି । ଜେ ସୋନାଲ ବ୍ରହ୍ମପୁର ମହାନଗରର କମିଶନର ହୋଇଛନ୍ତି । ଅକ୍ଷୟ ସୁନିଲ ଅଗ୍ରୱାଲ ଜିଏ ବିଭାଗର ଅଣ୍ଡର ସେକ୍ରେଟାରୀ ହୋଇଛନ୍ତି ।