ସାମନାକୁ ଆସିଲା ଛାତିଥରା କାହାଣୀ: ରାହୁଲଙ୍କ ଦେହରେ ଗୁଡ଼ାଇ ହୋଇଥିଲା ଚନ୍ଦନ ବୋଡ଼ା

893

କନକ ବ୍ୟୁରୋ: ବୋରୱେଲ ଭିତରେ ରାହୁଲଙ୍କ ୧୦୫ ଘଂଟାର ସଂଘର୍ଷ କାହାଣୀ ଭିତରେ ଏପରି କାହାଣୀ ସାମ୍ନାକୁ ଆସୁଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ରାହୁଲକୁ ଉଦ୍ଧାର କରିବାର କିଛି ସମୟ ପୂର୍ବରୁ ରେସ୍କୁ ଟିମ୍ ଏମିତି ଏକ ଦୃଶ୍ୟ ଦେଖିଥିଲେ, ଯାହା ଦେଖି ସେମାନଙ୍କ ହୃଦସ୍ପନ୍ଦନ ବଢ଼ି ଯାଇଥିଲା । ରାହୁଲ ହଲଚଲ୍ ହେଉନଥିଲା, ଆଉ ତା’ ଦେହରେ ଏକ ଚନ୍ଦନ ବୋଡ଼ା ଗୁଡ଼ାଇ ହୋଇ ରହିଥିଲା । ଯାହାକୁ ଦେଖି ସମସ୍ତଙ୍କ ମନକୁ ପାପ ଛୁଇଁଥିଲା । ଚନ୍ଦନ ବୋଡ଼ା ଅତ୍ୟନ୍ତ ବିଷାକ୍ତ । ଯଦି ରାହୁଲଙ୍କୁ ସେ କ୍ଷତି ପହଁଚାଇଥିବ, ତେବେ ୧୦୫ ଘଂଟାର ଅପରେସନ୍ ଫେଲ୍ ହୋଇଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା ।

୧୦ ବର୍ଷର ବାଳକ ରାହୁଲ ସହ ବୋରୱେଲ ଭିତରେ ଯାହା ଯାହା ଘଟିଥିଲା, ତାହା କୌଣସି ହରର ଫିଲ୍ମର କାହାଣୀ ଠାରୁ କମ୍ ନୁହେଁ । କିନ୍ତୁ ସବୁଠୁ ବଡ଼ କଥା ହେଉଛି, ଏହି ଜୀବନ-ସଂଘର୍ଷରେ ବିଜୟ ହୋଇଥିଲେ ରାହୁଲ, କାରଣ ବିଧିର ବିଧାନ ଥିଲା ଅନ୍ୟପ୍ରକାର । ସମ୍ଭବତଃ ରାହୁଲଙ୍କ ଦେହରେ ଚନ୍ଦନ ବୋଡ଼ା ଗୁଡ଼ାଇ ହୋଇ ରହିଥିଲେ ବି ତା’ର କୌଣସି କ୍ଷତି ଘଟାଇନଥିଲା ।

ନଜର ପକାଇବା କେତେ ସାଂଘାତିକ ଚନ୍ଦନ ବୋଡ଼ାର ବିଷ?
ଚନ୍ଦନ ବୋଡ଼ା କାମୁଡ଼ିଲେ, ସେହି ସ୍ଥାନରେ ଭୀଷଣ ଯନ୍ତ୍ରଣା ହୁଏ
କାମୁଡ଼ିଥିବା ସ୍ଥାନ ଫୁଲିଯାଏ, ରକ୍ତ ସ୍ରାବ ହୁଏ, ରକ୍ତ ଶିକୁଳି ପ୍ରଭାବିତ ହୁଏ
ରକ୍ତଚାପ କମିଯାଏ, ହୃଦସ୍ପନ୍ଦନ କମିବାରେ ଲାଗେ
ବାନ୍ତି ହୁଏ, ମୁହଁ ଫୁଲିଯାଏ,
କିଡନୀ ସମସ୍ୟା, ଶ୍ୱାସକ୍ରିୟାରେ ସମସ୍ୟା ଓ ହୃଦଘାତ ଭଳି ଆଶଙ୍କା ରହେ
ଠିକ୍ ସମୟରେ ଚିକିତ୍ସା ନହେଲେ ମୃତ୍ୟୁ ହେବାର ଆଶଙ୍କା ରହିଛି