ମେକ୍ ଇନ୍ ଇଣ୍ଡିଆ: ଆହୁରି ସଶକ୍ତ ହେବ ଭାରତୀୟ ବାୟୁସେନା । ଭାରତରେ ନିର୍ମାଣ ହେବ ୧୦୦ ଫାଇଟର ଜେଟ୍ ।

168

କନକ ବ୍ୟୁରୋ: ମେକ୍ ଇନ୍ ଇଣ୍ଡିଆକୁ ଅଧିକ ଗତି ଦେବାକୁ ଭାରତୀୟ ବାୟୁସେନା ନେବାକୁ ଯାଉଛି ବଡ ନିଷ୍ପତ୍ତି । ଭାରତୀୟ ବାୟୁସେନା ଭାରତରେ ହିଁ ୧୦୦ଟି ଆଡଭାନ୍ସ ଫାଇଟର ଜେଟ୍ ନିର୍ମାଣ କରିବାକୁ ଯୋଜନା କରୁଛି । ଏଥିପାଇଁ ଏୟାରଫୋର୍ସ ଗ୍ଲୋବାଲ ବିମାନ ନିର୍ମାଣକର୍ତ୍ତାଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଛି ।

ସେନାର ଉଚ୍ଚ ଅଧିକାରୀଙ୍କ କହିବା ମୁତାବକ, ଏହା ପ୍ରଥମ ଥର ହେବ ଯେ, ବାୟୁସେନାର ଏହି ପ୍ରୋଜେକ୍ଟ ପାଇଁ ୭୦ ପ୍ରତିଶତ ଅର୍ଥ ଭାରତୀୟ ମୁଦ୍ରାରେ କରାଯିବ । ତେବେ ଏହି ପ୍ରୋଜେକ୍ଟରେ ମୋଟ ୯୬ଟି ବିମାନ ନିର୍ମାଣ କରାଯିବ । ଯେଉଁଥିରୁ କେବଳ ୩୬ଟି ବିମାନ ପାଇଁ ଭାରତୀୟ ଓ ବିଦେଶୀ ମୁଦ୍ରାରେ ଟଙ୍କା ଦିଆଯିବ ଆଉ ବାକି ୬୦ଟି ବିମାନ ପାଇଁ କେବଳ ଭାରତୀୟ ମୁଦ୍ରାରେ ପେମେଣ୍ଟ ଦିଆଯିବ ।

ତେବେ ଭାରତୀୟ ବାୟୁସେନା ମୋଟ ୧୧୪ଟି ବିମାନ କିଣିବାକୁ ଯୋଜନା ପ୍ରସ୍ତୁତ କରିଛି । ଯାହାଦ୍ୱାର ସେନାର ଶକ୍ତି ବଢିବ । ଅନ୍ୟପଟେ ଏହି ପ୍ରୋଜେକ୍ଟରେ ମିଗ୍ ସିରିଜ୍ ବିମାନକୁ ବଦଳାଯିବ । ତେବେ ଭାରତୀୟ ସେନାର ଏହି ପ୍ରୋଜେକ୍ଟ ପାଇବା ପାଇଁ ବୋଇିଂ, ଲକହୀଡ ମାର୍ଟିନ,ଏମଆଇଜି, ଡସାଲ୍ଟ ଭଳି କମ୍ପାନୀ ରେସରେ ଅଛନ୍ତି । ଯାହାକି ଆଗାମୀ ୩ ବର୍ଷ ଭିତରେ ପୂରା ହୋଇପାରେ ।