ମୋରବୀ ଝୁଲାପୋଲ ଦୁର୍ଘଟଣାରେ ସାମ୍ନାକୁ ଆସିଲା ସାଂଘାତିକ ସତ । ୨କୋଟି ବଜେଟରୁ କେବଳ ୧୨ ଲକ୍ଷ ମରାମତି ପାଇଁ ହୋଇଛି ଖର୍ଚ୍ଚ

437

କନକ ବ୍ୟୁରୋ : ଗୁଜରାଟ ମୋରବୀ ଝୁଲାପୋଲ ଦୁର୍ଘଟଣା ମାମଲାରେ ସାଘାଂତିକ ସତ ସାମ୍ନାକୁ ଆସିଛି । ମାମଲାର ତଦନ୍ତ କରୁଥିବା ଏସଆଇଟି ନିଜ ପ୍ରଥମ ତଦନ୍ତ ରିପୋର୍ଟରେ କହିଛି କି ପୋଲର ମରାମତି ପାଇଁ ୨କୋଟି ଟଙ୍କା ମଂଜୁର ହୋଇଥିଲା କିନ୍ତୁ ଖର୍ଚ୍ଚ କେବଳ ୧୨ ଲକ୍ଷ ଟଙ୍କା ହୋଇଛି । ଏହାର ଅର୍ଥ ମୋଟ ବଜେଟର କେବଳ ୬ପ୍ରତିଶତ ଖର୍ଚ୍ଚ ପୋଲର ମରାମତି ପାଇଁ ହୋଇଛି । ଅହମଦାବାଦର ଓରେବା ଗ୍ରୁପ ପୋଲ ମରାମତି ପାଇଁ ଟେଣ୍ଡର ନେଇଥିଲା । ଯାଂଚ ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଛି କି ଓରେବା ଗ୍ରୁପ କେବଳ ଅର୍ଥ ହେରଫେର କରିନି ବଂର ମୋଟା ଅର୍ଥର ଟଙ୍କାକୁ ଆତ୍ମସାତ୍ କରିଛି । ଟେଣ୍ଡର ନେଇ ନିଜେ କାମ ନକରି ଅନ୍ୟ ଦୁଇ ଅନଭିଜ୍ଞ କମ୍ପାନୀକୁ ମରାମତି କାମ ଦେଇଥିଲା । ଦେବପ୍ରକାଶ ସଲ୍ୟୁସନଠୁ ଜବତ ଦସସ୍ତାବିଜରେ ଏହି ସତ ଧରାପଡିଛି । ଓରେବା ଗ୍ରୁପକୁ ଆଗାମୀ ୧୫ବର୍ଷ ପାଇଁ ଟେଣ୍ଡର ମିଳିଥିଲା । ମୋରବୀ  ମ୍ୟୁନିସପାଲଟି ମୁଖ୍ୟ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।