ରିଲ୍ସ ପାଇଁ ଗଲା ସ୍ୱାମୀର ଜୀବନ । ସ୍ତ୍ରୀ ରିଲ୍ସ କରୁଥିଲେ ବୋଲି ଆତ୍ମହତ୍ୟା କଲେ ସ୍ୱାମୀ ।

277

କନକ ବ୍ୟୁରୋ: ପତ୍ନୀ ମାୟାଙ୍କର ରିଲ୍ସ କରିବାରେ ସଉକ ଥିଲା । ହେଲେ ରିଲ୍ସ କରିବାକୁ ଅନେକ ଥର ମନା କରିବା ପରେ ବି ସ୍ତ୍ରୀ ନମାନିବାରୁ ଆତ୍ମହତ୍ୟା କଲେ ସ୍ୱାମୀ । ଏଭଳି ଘଟଣା ଘଟିଛି ରାଜସ୍ଥାନ ଅଲବର ଜିଲ୍ଲାରେ ।

ଏଠିକାର ରେଣି ଥାନା ନାଙ୍ଗଲବାସ ଗାଁର ନିବାସୀ ସିଦ୍ଧାର୍ଥ ଦୌସା । ସେ ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରୁଥିଲେ । ତାଙ୍କର ୩ ଝିଅ ଓ ଗୋଟିଏ ପୁଅ ଓ ସ୍ତ୍ରୀ ପତ୍ନୀଙ୍କୁ ନେଇ ସଂସାର । କିନ୍ତୁ ପତ୍ନୀ ମାୟାଙ୍କର ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପୁରା ପରିବାରକୁ ଉଜାଡି ଦେଲା ।

ସୂଚନା ମୁତାବକ, ପତ୍ନୀ ମାୟାଙ୍କର ରିଲ୍ସ କରିବାର ସଉକ ଥିଲା । ହେଲେ ଏଥିରେ ଦର୍ଶକଙ୍କ ଅଶ୍ଳିଳ କମେଣ୍ଟସ୍ ସ୍ୱାମୀ ସିଦ୍ଧାର୍ଥଙ୍କୁ ପସନ୍ଦ ନଥିଲା । ସେ ରିଲ୍ସ ନକରିବାକୁ ମାୟାଙ୍କୁ ବାରମ୍ବାର ମନା କରିଥିଲେ ବି ସେ ମାନିନଥିଲେ । ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖାଯିବାରୁ ବାପ ଘରକୁ ଚାଲିଯାଇଥିଲେ ମାୟା । ସେଠାରେ ମଧ୍ୟ ରିଲ୍ସ କରିବା ଜାରି ରଖିଥିଲେ । ଏହି ଘଟଣାରେ ସିଦ୍ଧାର୍ଥ ମାନସିକ ସନ୍ତୁଳନ ହରାଇବା ସହ ଲାଇଭ କରି ଅଶ୍ଳିଳ କମେଣ୍ଟ କରୁଥିବା ଦର୍ଶକଙ୍କୁ ଠିକଣା ଜବାବ ଦେଇଥିଲେ । ଏହାପରେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଥିଲେ ।