ଭୁବନେଶ୍ୱର ଲୋୟର ପିଏମଜିରେ ଖଣ୍ଡଯୁଦ୍ଧ : ବିଜେପି ଯୁବମୋର୍ଚ୍ଚା ଓ ପୋଲିସ କର୍ମୀ ମୁହାଁମୁହିଁ

143

କନକ ବ୍ୟୁରୋ : ନବ ଦାସ ହତ୍ୟା ମାମଲା । ଭୁବନେଶ୍ୱର ଲୋୟର ପିଏମଜିରେ ବିଜେପିର ଯୁବମୋର୍ଚ୍ଚା ରାଲି । ରାଲିକୁ ପୋଲିସ ଅଟକାଇବା ସମୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି । ବିଜେପି ଯୁବମୋର୍ଚ୍ଚା ଓ ପୋଲିସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ବିଜେପି ଯୁବମୋର୍ଚ୍ଚା ଉପରେ ପୋଲିସର ଲାଠିମାଡ କରିଛି । କିଛି ପୋଲିସ କର୍ମୀ ଓ ବିଜେପି ଯୁବମୋର୍ଚ୍ଚା ସଦସ୍ୟ ଆହତ ହୋଇଛନ୍ତି । ଖାଲି ସେତିକି ନୁହେଁ ପୋଲିସ ଉପରକୁ ମଧ୍ୟ ବିଜେପି ଯୁବମୋର୍ଚ୍ଚା ଅଣ୍ଡାମାଡ କରିଥିବା ଦେଖିବାକୁ ମିଳିଛି ।