ସାଲିଆ ସାହିରେ ବେଆଇନ୍ ମଦ କାରବାର ଅଭିଯୋଗ : ଅବକାରୀ ବିଭାଗ ଓ ଫ୍ଲାଇଂ ସ୍କାର୍ଡର ମିଳିତ ଚଢ଼ଉ, ୧୬ ଗିରଫ

136

କନକ ବ୍ୟୁରୋ : ଭୁବନେଶ୍ୱରର ସାଲିଆ ସାହିରେ ବେଆଇନ୍ ମଦ କାରବାର ଅଭିଯୋଗ । ସାଲିଆସାହିର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଏବଂ ଫ୍ଲାଇଙ୍ଗ ସ୍କାର୍ଡ ଟିମ୍ ମିଳିତ ଚଢ଼ଉ କରିଛି । ନୟାଗଡ଼ ବସ୍ତି ଓ ଇଡକୋ ବସ୍ତି ଅଞ୍ଚଳରେ ମଧ୍ୟ ଅବକାରୀ ବିଭାଗ ଚଢ଼ଉ କରିଛି । ବେଆଇନ ମଦ କାରବାର ଅଭିଯୋଗରେ ୧୬ ଜଣଙ୍କୁ ଗିରଫ କରାଯାଇଛି । ଚଢ଼ଉ ବେଳେ ବିପୁଳ ପରିମାଣରେ ଦେଶୀ ମଦ ଜବତ କରିଛି ଏହି ଟିମ୍ । ମଦ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି ଏହି ଟିମ୍ ।