ମାନଭଞ୍ଜନ ପରେ ପ୍ରତିକ୍ରିୟା ରଖିଲେ ସୁଶାନ୍ତ ସିଂ : କହିଲେ ମନ୍ତ୍ରୀପଦ ପାଇଁ ନଥିଲେ ଆଶାୟୀ; ୯ଟି ଜିଲ୍ଲାର ଦାୟିତ୍ୱ ବୁଝିବାକୁ କହିଛନ୍ତି ମୁଖମନ୍ତ୍ରୀ

1,007

କନକ ବ୍ୟୁରୋ : ଶଙ୍ଖ ଭବନରେ ସୁଶାନ୍ତଙ୍କ ମାନ ଭଞ୍ଜନ ପରେ ପ୍ରତିକ୍ରିୟା ରଖିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ସେ କହିଛନ୍ତି, ମୁଁ ଅସନ୍ତୁଷ୍ଟ ନାହିଁ । ମନ୍ତ୍ରୀ ରେସରେ ମୁଁ ନଥିଲି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛି । ପଶ୍ଚିମ ଓଡିଶା ୯ଜିଲ୍ଲା ସଙ୍ଗଠନ କଥା ବୁଝିବି । ପଶ୍ଚିମ ଓଡିଶାର ୩୧ ଆସନରେ ଆମେ ଜିତିବୁ । ସମର୍ଥକଙ୍କୁ ମୁଁ ବୁଝାଇ ଦେିଇଛି । ମୁଖ୍ୟମନ୍ତ୍ରୀଙ୍କର ମୋ ପ୍ରତି ଆଶୀର୍ବାଦ ରହିଛି । ପଶ୍ଚିମ ଓଡିଶାର ୫ ଲୋକସେବା ଆସନ ଜିତିବୁ ।

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପରେ ସୁଶାନ୍ତ କହିଛନ୍ତି, ମନ୍ତ୍ରୀପଦ ନମିଳିବାକୁ ନେଇ ସମର୍ଥକଙ୍କ ଭିତରେ ଅସନ୍ତୋଷ ରହିଛି । ତେବେ ତାଙ୍କ ସମର୍ଥକକୁ ସେ ବୁଝାସୁଝା କରିଛନ୍ତି । ମନ୍ତ୍ରୀପଦ ପାଇଁ ସେ କୌଣସି ଲବି କରିନଥିଲେ । କିନ୍ତୁ ମନ୍ତ୍ରୀପଦ ମିଳିବ ବୋଲି ସମର୍ଥକଙ୍କର ଆଶା ଥିଲା । ସେ ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ କାମ କରୁଛନ୍ତି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ତାଙ୍କ ଉପରେ ଆଶୀର୍ବାଦ ରହିଛି ।

କନକ ନ୍ୟୁଜକୁ ଫୋନ୍ ଯୋଗେ ପ୍ରତିକ୍ରିୟା ଦେଇ ପୂର୍ବତନ ମନ୍ତ୍ରୀ ଏହା କହିଛନ୍ତି । ଦଳ ଭିତରେ ତାଙ୍କର କାହା ସହିତ କଳି ନାହିଁ । ସେ ସମସ୍ତଙ୍କୁ ନିଜର ବୋଲି ଭାବନ୍ତି ବୋଲି କହିଛନ୍ତି ସୁଶାନ୍ତ । ଦୀପାଳିଙ୍କ ସହ ମୋର କୌଣସି ମତାନ୍ତର ନାହିଁ । ଝାରସୁଗୁଡାରେ ୧୨ ଦିନ ଧରି ପ୍ରଚାର କରିଛି । ମୁଁ ସବୁ ବ୍ଲକ ବୁଲି ପ୍ରଚାର କରିଛି ।