ଅଗଷ୍ଟ ଗାଇଡ଼ଲାଇନରେ ଯାତ୍ରାକୁ ଅନୁମତି ଦେଲେ ସରକାର । ପ୍ରଶ୍ନ, ନାଇଟକର୍ଫ୍ୟୁ ସମୟରେ କେମିତି ହେବ ଯାତ୍ରା?

377

କନକ ବ୍ୟୁରୋ : ଅଗଷ୍ଟ ମାସ ପାଇଁ କଟକଣା କୋହଳ କରିଛନ୍ତି ସରକାର  । ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଅନଲକ ପ୍ରକ୍ରିୟା  । ଏଥର ଗାଇଡଲାଇନରେ ଯାତ୍ରା ପାଇଁ ଅନୁମତି ମିଳିଛି  । ପୁଣି ଯାତ୍ରା ପେଣ୍ଡାଲରେ ଜଳିବ ଆଲୁଅ  । କଳାକାରମାନେ ମେକଅପ୍ ନେଇ ପୁଣି ଯାତ୍ରା ପରିବେଷଣ କରିବେ  । କଟକଣା ମଧ୍ୟରେ ଯାତ୍ରା କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ କଳାକାର  । ତେଣୁ ୫୦ ପ୍ରତିଶତ କ୍ଷମତାରେ ଯାତ୍ରା ପରିବେଷଣକୁ ଅନୁମତି ଦେଇଛନ୍ତି ସରକାର ।

ଏବେ କଳାକାର ଖୁସ୍, ଦର୍ଶକମାନେ ମଧ୍ୟ ଖୁସି ଅଛନ୍ତି  । ହେଲେ ଯାତ୍ରା କରିବା ପାଇଁ ଅନୁମତି ଦେବାରେ ସରକାରଙ୍କ ଦୂରଦୃଷ୍ଟିର ଅଭାବ ଦେଖିବାକୁ ମିଳିଛି  । କାରଣ ନୂଆ ଗାଇଡଲାଇନରେ ସାରା ରାଜ୍ୟରେ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ  । ତେବେ ପ୍ରଶ୍ନ, ନାଇଟ୍ କର୍ଫ୍ୟୁ ମଧ୍ୟରେ କିପରି ହେବ ଯାତ୍ରା ପରିବେଷଣ? କଳାକାର ଯାତ୍ରା କରିବେ କିପରି ? ନାଇଟ୍ କର୍ଫ୍ୟୁରେ ଯାତ୍ରା ଦେଖିବାକୁ ଦର୍ଶକ ଆସିବେ କିପରି ? କ’ଣ ରାତି ୮ଟା ପୂର୍ବରୁ ଯାତ୍ରା ହୋଇପାରିବ କି ? ୮ଟା ପୂର୍ବରୁ ଯାତ୍ରା ହେଲେ ଦର୍ଶକ ଆସିବେ ତ ?