ବଜ୍ରାଘାତରୁ କେମିତି ରହିବେ ସୁରକ୍ଷିତ? ବିପର୍ଯ୍ୟୟ ପରିଚାଳନା ବୈଠକରେ କୌଶଳ ଦେଖାଇଲେ ନବରଙ୍ଗପୁର ଜିଲ୍ଲାପାଳ

154

କନକ ବ୍ୟୁରୋ: ବଜ୍ରାଘାତରୁ କେମିତି ରହିବେ ସୁରକ୍ଷିତ । ସାଧାରଣ ଲୋକଙ୍କୁ କୌଶଳ ଶିଖାଇଲେ ଜିଲ୍ଲାପାଳ ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ଖବର । ବଜ୍ରାଘାତରେ ଅନେକ ଲୋକଙ୍କ ଜୀବନ ଚାଲିଯାଉଛି । କାଳବୈଶାଖୀ ସହ ବଜ୍ରାଘାତ ସବୁଠୁ ଅଧିକ ବିପଦପୂର୍ଣ୍ଣ ହେଉଛି । ଏବେ ସନ୍ଧ୍ୟା ସମୟରେ ହଠାତ ଆକାଶରେ କଳାମେଘ ଘୋଟି ଆସି ଜୋରରେ ପବନ ବହିବା ସହ ଘଡଘଡି ବର୍ଷା ଆରମ୍ଭ ହୋଇଯାଉଛି । ସେହି ସମୟରେ ହେଉଥିବା ବଜ୍ରାଘାତରୁ ବର୍ତିବା ପାଇଁ ଅନେକ କୌଶଳ ରହିଛି ।

ଘଡଘଡି ସମୟରେ ଗଛ ମୂଳରେ ରହିବାକୁ ବାରଣ କରାଯାଇଛି । ଖୋଲା ଆକାଶ ତଳେ ଥିଲେ ମଧ୍ୟ ନିର୍ଦ୍ଧିଷ୍ଟ କିଛି କୌଶଳ ଦ୍ୱାରା ନିଜକୁ ସୁରକ୍ଷିତ ରଖାଯାଇପାରିବ । ତେବେ ସେହି କୌଶଳ ସଂପର୍କରେ ତଥ୍ୟ କେବଳ ପୋଷ୍ଟରରେ ସୀମିତ ରହିଯାଇଛି । ପୋଷ୍ଟରରେ ସୀମିତ ଥିବା କୌଶଳକୁ ପ୍ରଦର୍ଶିତ କରି ଦେଖାଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର । ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚଳନା କମିଟି ବୈଠକରେ ଜିଲ୍ଲାପାଳ ନିଜେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଛନ୍ତି । ନବରଙ୍ଗପୁରର ବିଧାୟକଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତରେ କୌଶଳ ଶିକ୍ଷା ପ୍ରଦର୍ଶନ କରିଛନ୍ତି ଜିଲ୍ଲାପାଳ ।