କ୍ରିକେଟ ବଲର ଓଜନ କେତେ? ଜାଣନ୍ତୁ, ବଲ ସହ ଜଡିତ କିଛି ରୋଚକ ନିୟମ

219

କନକ ବ୍ୟୁରୋ: ଦୁନିଆର ସବୁଠାରୁ ଲୋକପ୍ରିୟ ଖେଳ ହେଉଛି କ୍ରିକେଟ । ବିଶ୍ୱରେ କ୍ରିକେଟର ଅନେକ ପ୍ରଶଂସକ ରହିଛନ୍ତି । କ୍ରିକେଟକୁ ବନ୍ଧୁତାର ଖେଳ ମଧ୍ୟ କୁହାଯାଏ । କ୍ରିକେଟ ଖେଳିବା ପାଇଁ ଅନେକ ନିୟମ ରହିଥାଏ । କ୍ରିକେଟର ଏହି ସବୁ ନିୟମକୁ ମେରିଲବୋନ କ୍ରିକେଟ କ୍ଲବ ଦ୍ୱାରା କରାଯାଇଛି । ସୂଚନା ଅନୁସାରେ କ୍ରିକେଟ ୪୨ଟି ନିୟମ ରହିଛି । ତେବେ ଏହାର ଚତୁର୍ଥ ନିୟମରେ ବଲ ବିଷୟରେ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ ।

ନିୟମ ୪ – ଦ ବଲ୍
୪.୧ – ବଲର ଓଜନ ଓ ଆକାର

ବଲ ଯେତେବେଳେ ନୂଆ ଥାଏ ସେତେବେଳେ ତାର ଓଜନ ୧୫୫.୯ ଗ୍ରାମରୁ କମ ଓ ୧୬୩ ଗ୍ରାମରୁ ବେଶି ହୋଇଥାଏ । ଏହାସହ ଏହାର ପରିଧି ୨୨.୪ ସେମିରୁ କମ ଓ ୨୨.୯ ସେମିରୁ ଅଧିକ ହେବା ଦରକାର ।

୪.୨ ବଲର ସ୍ୱିକୃତି ଓ ନିୟନ୍ତ୍ରଣ
ମ୍ୟାଚରେ ଖେଳାଯିବାକୁ ଥିବା ସବୁ ବଲ ଅମ୍ପାୟାରଙ୍କ ସ୍ୱିକୃତି ପରେ ଅମ୍ପାୟାରଙ୍କ କବଜାରେ ରହିବ । ଆଉ ପୂରା ମ୍ୟାଚରେ ହିଁ ତାଙ୍କ ଅଧିନରେ ରହିବ ବଲ । ୱିକେଟ ଗଲେ କିମ୍ବା ଓଭର ଶେଷ ହେବା ପରେ ମ୍ୟାଚରେ ଖେଳାଯାଉଥିବା ବଲକୁ ଅମ୍ପାୟାର ନିଜ କବଜାକୁ ନେବେ ।

୪.୩- ନୂଆ ବଲ୍
ଯେତେବେଳେ ଯାଏଁ ମ୍ୟାଚରେ କୌଣସି ବୁଝାମଣା ହୋଇନଥିବ, କ୍ୟାପଟେନ ସବୁ ପାଳିରେ ନୂଆ ବଲ ମାଗି ପାରିବେ ।

୪.୪- ଗୋଟିଏ ଦିନରୁ ଅଧିକ ଅବଧି ମ୍ୟାଚରେ ନୂଆ ବଲ
ଗୋଟିଏ ଦିନରୁ ଅଧିକ ଅବଧି ଥିବା ମ୍ୟାଚରେ କ୍ୟାପଟେନ ନୂଆ ବଲ ମାଗିପାରିବେ । ଯେତେବେଳେ ପୁରୁଣା ବଲ ୮୦ରୁ ଅଧିକ ଓଭର ଖେଳାଯାଇ ସାରିଥିବ ସେତେବେଳେ ନୂଆ ବଲ ମାଗି ପାରିବ । ଯେତେବେଳେ ନୂଆ ବଲରେ ଖେଳାଯିବ ସେତେବେଳେ ଅମ୍ପାୟାର ଏହାର ସୂଚନା ସାଥୀ ଅମ୍ପାୟରକୁ ଦେବେ । ଏହାସହ ବ୍ୟାଟ୍ସମ୍ୟାନ ଓ ସ୍କୋରରଙ୍କୁ ମଧ୍ୟ ସଙ୍କେତ ଦେବେ ।

୪.୫- ବଲ ହଜିଗଲେ କିମ୍ବା ଖେଳାବା ପାଇଁ ଅନୁପଯୁକ୍ତ ହେଲେ
ଯଦି ଖେଳ ଭିତରେ ବଲ ହଜିଯାଏ ଆଉ ତାକୁ ଫେରାଇ ଆଣିବା ଅସମ୍ଭବ ହୁଏ କିମ୍ବା ବଲ ଖେଳିବା ପାଇଁ ଅନୁପଯୁକ୍ତ ହୋଇଯାଏ, ସେତେବେଳେ ଅମ୍ପାୟାର ସେହି ବଲ ଜାଗାରେ ଏମିତି ବଲ ଆଣିବେ ଯାହା ସେହି ବଲ ଭଳି ପୁରୁଣା ହୋଇଥିବ । ଯେତେବେଳେ ଏହି ବଲ ବଦଳାଯିବ ସେତେବେଳେ ଅମ୍ପାୟାର ବ୍ୟାଟ୍ସମ୍ୟାନ ଓ ଫିଲ୍ଡିଂ କରୁଥିବା ଟିମକୁ ଏହାର ସୂଚନା ଦେବେ ।