ବିଜେଡିରୁ ଇସ୍ତଫା ଦେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ: ଟିକେଟ କଟିବା ପରେ ଥିଲେ ଅସନ୍ତୁଷ୍ଟ

1,296

କନକ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଟିକେଟ ନ ମିଳିବା ପରେ ସେ ଦଳ ଛାଡିଛନ୍ତି । ବିଜେଡି ସୁପ୍ରିମୋଙ୍କ ଲେଖିଥିବା ଇସ୍ତଫା ପତ୍ରରେ ସୀମାରାଣୀ ଲେଖିଛନ୍ତି, ୧୦ ବର୍ଷ ହେଲା ସେ ଲୋକଙ୍କର ସେବା କରିଆସୁଥିଲେ । ତେବେ ବ୍ୟକ୍ତିଗତ କାରଣରୁ ଦଳ ରହିବା ସମ୍ଭବ ନୁହେଁ ବୋଲି ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ସୀମାରାଣୀ । କାଲି ସେ ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଜି ଘୋଷଣା ହୋଇଥିବା ଟିକେଟ ତାଲିକାରେ ସୀମାରାଣୀଙ୍କ ବଦଳରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।