ଗଂଜାମରେ ହତ୍ୟା: କବିସୂର୍ଯ୍ୟନଗର ଥାନା ଅଂଚଳରେ ରାସ୍ତା କଡରୁ ମିଳିଲା ଯୁବକଙ୍କ ମୃତଦେହ

206

କନକ ବ୍ୟୁରୋ: ଗଞ୍ଜାମରେ ହତ୍ୟା । କବିସୂର୍ଯ୍ୟନଗର ଥାନା ବାଲ୍ୟାସରା-ଷଣ୍ଢମରା ରାସ୍ତାରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମାରଣାସ୍ତ୍ରରେ ଆକ୍ରମଣ କରିବା ପରେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ଜଣକ ବାଲ୍ୟାସରା ଗାଁର ଗଣେଶ ନାହାକ ବୋଲି ସୂଚନା ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି ।