ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷାକଲେ ହିମାଚଳ ମୁଖ୍ୟମନ୍ତ୍ରୀ, ପ୍ରଥମ କ୍ୟାବିନେଟ ବୈଠକରେ ଲାଗୁହେଲା ପୁରୁଣା ପେନସନ୍ ଯୋଜନା

696

କନକ ବ୍ୟୁରୋ : ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦରସିଂ ସୁଖୁ ରାଜ୍ୟରେ ପୁରୁଣା ପେନସନ ଯୋଜନା ଲାଗୁ କରିଛନ୍ତି । ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକରେ କଂଗ୍ରେସ ସରକାର ପୁରୁଣା ପେନସନ ଯୋଜାନକୁ ପୁନଃ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ନିଜେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି । ନିର୍ବାଚନ ବେଳେ କର୍ମଚାରୀଙ୍କର ବଡ ଦାବି ଥିଲା କି ପୁରୁଣା ପେନସନ ଯୋଜନାର ପୁନଃ ପ୍ରଚଳନ କରିବା ।

ସୂଚନା ଥାଉକି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ବେଳେ କଂଗ୍ରେସର ସମସ୍ତ ନେତା ରାଜ୍ୟରେ କଂଗ୍ରେସ ସରକାର ଗଠନ କଲେ ସରକାରୀ କର୍ମଚାରୀଙ୍କ ପୁରୁଣା ପେନସନ ଯୋଜନା ପୁଣି ଲାଗୁ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରିୟଙ୍କା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ କଂଗ୍ରେସ ନେତା ଏହାକୁ ନିର୍ବାଚନୀ ପ୍ରଚାରରେ ସାମିଲ କରିଥିଲେ । ଏହାକୁ ନେଇ ମଧ୍ୟ ସେତେବେଳେ ରାଜନୀତି ସରଗରମ ହୋଇଥିଲା ।

ଗଣମାଧ୍ୟମର ରିପୋର୍ଟ ମୁତାବକ ହିମାଚଳ ପ୍ରଦେଶରେ ସରକାରୀ କର୍ମଚାରୀଙ୍କ ସଂଖ୍ୟା ୨.୭୫ଲକ୍ଷ । ଏଥିମଧ୍ୟରୁ ୧.୫ ଲକ୍ଷ କର୍ମଚାରୀ ପେନସନ ଯୋଜନାରେ ଅର୍ନ୍ତଭୂକ୍ତ । ପୁରୁଣା ପେନସନ ଯୋଜନାରେ କର୍ମଚାରୀଙ୍କୁ ଶେଷମାସର ଯାହା ଦରମା ଉଠାଇଥିବେ ତାହାର ୫୦ପ୍ରତିଶତ ପାଇଥାନ୍ତି ।