ଉତ୍ତରପ୍ରଦେଶ ନୋଏଡାରେ ଭୀଷଣ ଅଗ୍ନିକାଣ୍ଡ। ନିଆଁ ଲିଭାଇବା ପାଇଁ ପହଞ୍ଚିଲା ୩ ଅଗ୍ନିଶମବାହିନୀ ଟିମ୍।

69

କନକ ବ୍ୟୁରୋ: ନୋଏଡା ସେକ୍ଟର-୩ରେ ଅଗ୍ନିକାଣ୍ଡ ଘଟିଛି । ଗୋଟିଏ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଅଗ୍ନିଶମବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଛି । ନିଆଁ ଲାଗିବା ପରେ ଲୋକଙ୍କ ମଧ୍ୟରେ ଭୟର ମାହୋଲ ଦେଖିବାକୁ ମିଳିଥିଲା । ତେବେ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ପ୍ରାରମ୍ଭିକ ଭାବେ ସୂଚନା ମିଳୁଛି ।

ନିଆଁ ଲାଗିବାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସୁଛି । ଅଗ୍ନିଶମ ବାହିନୀର ଟିମ୍ ଏହାକୁ ଲିଭାଇବା ପାଇଁ ଉଦ୍ୟମ ଜାରିରଖିଛନ୍ତି ।