ନକଲି ଗୋଡରେ ଚାଲିବ ବଉଳା ଗାଈ : ୨ ବର୍ଷ ତଳେ ଟ୍ରେନରେ କଟିଯାଇଥିଲା ଗାଈର ଡାହାଣ ପଟ ଗୋଡ

58

କନକ ବ୍ୟୁରୋ : ଏଥର ଭଲରେ ଚାଲିପାରିବ ବଉଳା ଗାଈ । ଗୋଡ ହରାଇ ଅସହାୟ ହୋଇପଡିଥିବା ଗାଇର କୃତ୍ରିମ ଗୋଡ ଲଗାଯାଇଛି । ଯାହାଫଳରେ ବଉଳାକୁ ଏବେ ମିଳିଛି ନୂଆ ଜୀବନ । କୃତ୍ରିମ ଗୋଡ ଯୋଗୁ ଏବେ ସ୍ୱାଭାବିକ ଭାବେ ଚାଲିବୁଲି ପାରିବ ।

ଏହି ଦୃଶ୍ୟ ହେଉଛି ଯାଜପୁର କଳିଙ୍ଗନଗର ଶିଳ୍ପାଂଚଳ ଯଖିପୁରା ଗାଁର । ଦୁଇ ବର୍ଷ ତଳେ ଟ୍ରେନରେ କଟି ଏହି ଗାଈର ଡାହାଣ ପଟ ଗୋଡ କଟିଯାଇଥିଲା । ଅସହାୟ ଅବସ୍ଥାରେ ଗାଈଟି ପଡ଼ିରହିଥିବା ବେଳେ ତାର ମାଲିକ ବି ତାକୁ ଘରକୁ ନେଇନଥିଲା । କିଛି ଲୋକ ଗାଈକୁ ଉଦ୍ଧାର କରି ଯଖପୁରା ଜଗନ୍ନାଥ ମନ୍ଦିର ନକିଟରେ ରଖି ତାର ଚିକିତ୍ସା କରାଇଥିଲେ । ।ଫଳରେ କିଛି ଦିନ ପରେ ଗାଈ ସୁସ୍ଥ ହୋଇଯାଇଥିଲା ।

ତେବେ ଗୋଟିଏ ଗୋଡ ହରାଇଥିବାରୁ ଚଲାବୁଲା କରିପାରିନଥିଲା । ତାକୁ ଏହି ଅସହାୟ ଅବସ୍ଥାରେ ଦେଖି କିଛି ସ୍ୱେଚ୍ଛାସେବୀ ସଙ୍ଗଠନ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ଭୁବନେଶ୍ୱରର ଜଣେ ଡାକ୍ତର ଦିବାକର ପାତ୍ରଙ୍କ ସହଯୋଗରେ ଗାଈର କୃତ୍ରିମ ଗୋଡ ଲଗାଯାଇଛି । ତେବେ ଓଡ଼ିଶାରେ ଏହି ଗାଈର କୃତ୍ରିମ ଗୋଡ ଲଗାଯିବା ଘଟଣା ପ୍ରଥମ ।