IAS ଅଫିସର ସେୟାର କଲେ ନିଜ ୧୦ମ ବୋର୍ଡ ମାର୍କସିଟ୍ । ଜାଣନ୍ତୁ କେଉଁଥିରେ ରଖିଥିଲେ କେତେ?

3,836

କନକ ବ୍ୟୁରୋ: ମାର୍କସିଟ୍ ଯେ ଜୀବନର ସଫଳତା କିମ୍ବା ବିଫଳତାକୁ ନିର୍ଦ୍ଧାରଣ କରେ ନାହିଁ ଏହାକୁ ପୁଣି ଥରେ ପ୍ରମାଣ କରିଛନ୍ତି ଜଣେ ଆଇଏଏସ୍ ଅଫିସର ।
ଆଜିିକାଲି ସବୁ ଛାତ୍ରଛାତ୍ରୀ ନିଜ ମାର୍କକୁ ନେଇ ଭାରି ଚିନ୍ତିତ । ଯଦି ଭଲ ମାର୍କ , ଭଲ ଗ୍ରେଡ ନରହେ ତେବେ ଭିବଷ୍ୟତ ଖରାପ ହୋଇଯିବା ଆଶଙ୍କାରେ ମାନସିକ ଚାପରେ ରହୁଛନ୍ତି ଛାତ୍ରଛାତ୍ରୀ । ଏହି କାରଣରୁ ଅନେକ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଉଥିବା ମଧ୍ୟ ନଜିର ରହିଛି । ହେଲେ ପରୀକ୍ଷାରେ ଭଲ ନମ୍ବର ହିଁ ସବୁକିଛି ନୁହେଁ, ଏହାକୁ ପ୍ରମାଣ କରିଛନ୍ତି ଆଇଏଏସ୍ ଅଧିକାରୀ ତୁଷାର ସୁମେରା ।

ଯେବେବି ଆଇଏଏସ୍ଙ୍କ କଥା ଉଠେ ସେମାନେ ସମସ୍ତେ ସ୍କୁଲରେ ଟପ୍ପର ହୋଇଥିବେ ବୋଲି ଆମର ଧାରଣା ଥାଏ । ହେଲେ ଏପରି ନୁହେଁ । ପୂର୍ବରୁ ଅନେକ ଉଚ୍ଚାଧିକାରୀ ଏହାକୁ ଭୁଲ ପ୍ରମାଣ କରିବାକୁ ଯାଇ ନିଜ ନିଜ ମାର୍କ ସିଟକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଏବେ ଗୁଜୁରାଟ ବେରୁଚର ଆଇଏସ୍ ଅଧିକାରୀ ତୁଷାର ସୁମେରା ମଧ୍ୟ ନିଜ ବୋର୍ଡ ପରୀକ୍ଷାର ମାର୍କସିଟ୍କୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି ।

ଆଇଏଏସ୍ ତୁଷାର ସୁମେରାଙ୍କ ମାର୍କ ସିଟ ଦେଖିବା ପରେ ଆପଣ ଭାବିବେ ଯେ, କଲେକ୍ଟର ସାର କେତେ କଷ୍ଟରେ ଏ ନମ୍ବର ଆଣିଛନ୍ତି । ଏହି ଫଟୋ ଅନୁସାରେ ଆଇଏଏସ୍ ତୁଷାର ସୁମେରା ଇଂଲିଶରେ ମାତ୍ର ୩୫ ନମ୍ବର ରଖିଥିବାବେଳେ ଗଣିତରେ ୩୬ ଓ ବିଜ୍ଞାନରେ ୧୦୦ରୁ ମାତ୍ର ୩୮ ମାର୍କ ଆଣିଛନ୍ତି । ଏତିକିରେ କଥା ସରିନଥିଲା । ତାଙ୍କ ବୋର୍ଡ ମାର୍କ ଆସିବା ପରେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ କହିôଲେ ଯେ, ତୁଷାର ତାଙ୍କ ଜୀବନରେ କିଛି ବି କରିପାରିବ ନାହିଁ । ହେଲେ ଏହାକୁ ମାତ୍ ଦେଇଛନ୍ତି ତୁଷାର । ନିଜ ଅଧ୍ୟବସାୟ ବଳରେ ଆଜି ସେ ଆଇଏଏସ୍ ଅଧିକାରୀ ହୋଇ ନିଜ ପରିବାର ସହ ନିଜ ଜିଲ୍ଲା ପାଇଁ ଗୌରବ ପାଲଟିଛନ୍ତି ।