ବ୍ରହ୍ମପୁର ବଡ଼ ମେଡିକାଲରେ ଇଞ୍ଜେକସନର ପାର୍ଶ୍ୱ ପ୍ରତିକ୍ରିୟା : ଗ୍ୟାସଟ୍ରିକ ରୋଗୀଙ୍କୁ ଦିଆଯାଇଥିବା ଇଞ୍ଜେକସନ୍ ରିଆକ୍ସନ କରିବାରୁ ୨୧ ରୋଗୀ ଗୁରୁତର

121

କନକ ବ୍ୟୁରୋ : ବ୍ରହ୍ମପୁର ବଡ଼ ମେଡିକାଲରେ ଇଞ୍ଜେକସନର ପାର୍ଶ୍ୱ ପ୍ରତିକ୍ରିୟା । ଇଞ୍ଜେକସନ ନେବା ପରେ ୨୧ ରୋଗୀ ଅଧିକ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କ ଭିତରୁ କିଛି ଜଣଙ୍କୁ ଅକ୍ସିଜେନ ଦିଆଯାଇ ଅଧିକ ଚିକିତ୍ସା କରାଯାଉଛି । ଗ୍ୟାସଟ୍ରିକ ସମସ୍ୟାରେ ପୀଡିତ ହୋଇଥିବା ରୋଗୀମାନଙ୍କୁ ଆଜି ଏମକେସିଜିରେ ଇଞ୍ଜେକସନ ଦିଆଯାଇଥିଲା । ହେଲେ ଏହି ଇଞ୍ଜେକସନ୍ ନେବା ପରେ ଜଣଙ୍କ ପରେ ଜଣେ ରୋଗୀଙ୍କ କ୍ଷେତ୍ରରେ ରିଆକ୍ସନର ପ୍ରଭାବ ଦେଖିବାକୁ ମିଳିଥିଲା ।

ରୋଗୀଙ୍କର ଦେହ ଥରି ଉଠିବା ସହ କେତେ ଜଣଙ୍କର ବାନ୍ତି ଓ ମୁଣ୍ଡ ବୁଲାଇବାର ଅଭିଯୋଗ ଆସିଥିଲା । ଏହାକୁ ନେଇ ହସ୍ପିଟାଲ ପରିସରରେ ରୋଗୀ ଏବଂ ସଂପର୍କୀୟଙ୍କ ମଧ୍ୟରେ କିଛି ସମୟ ଧରି ଆତଙ୍କ ସୃଷ୍ଟି ହୋଇଥିଲ।। ହସ୍ପିଟାଲ କର୍ତୃପକ୍ଷ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ସାଧାରଣତଃ ଗ୍ୟାସଟ୍ରିକ ରୋଗୀଙ୍କୁ ଦିଆଯାଉଥିବା ଇଂଜେକସନରେ ପ୍ରତିିକ୍ରିୟା ରୁହେନି । ଏପରି ସ୍ଥିତିରେ କାହିଁକି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଭୁଲ ଇଞ୍ଜେକସନ କିମ୍ବା ଏକ୍ସପାଏରୀ ଇଞ୍ଜେକସନ ଦିଆଯାଇଛି କି ବୋଲି ପ୍ରଶ୍ନ ଆସୁଛି ।