ଗୋଟିଏ ଫୁଲ ଅନେକ ଔଷଧୀୟ ଗୁଣ  । ଶରୀରକୁ ପାଇଁ ରାମବାଣ

1,046
କନକ ବ୍ୟୁରୋ: ପ୍ରଚୀନ ସଂସ୍କୃତିରେ ବୃକ୍ଷଲତାରଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । କେବଳ ପ୍ରକୃତି ପାଇଁ ନୁହେଁ ବରଂ ମଣିଷକୁ ନିରୋଗ ରଖିବାକୁ ବନସ୍ପତିର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି କ୍ରମରେ ଆଜି ଆମେ ଏକ ଏପରି ବୃକ୍ଷର ଫୁଲ ବିଷୟରେ ଜାଣିବା ଯାହା ଶରୀର ପାଇଁ ରାମବାଣ ପରି  କାର୍ଯ୍ୟ କରିଥାଏ । ଆସନ୍ତୁ ଜାଣିବା ଏହାର ଏକାଧିକ ଔଷଧୀୟ ଗୁଣ ।
ଫେବୃଆରୀରୁ ଏପ୍ରିଲ ମଧ୍ୟରେ ରାସ୍ତାଘାଟ କଡ ତଥା ଜଙ୍ଗଲ ମାନଙ୍କରେ ଏକ ପ୍ରକାର ଲାଲ ଫୁଲ ଫୁଟିଥାଏ । ଏହାର ଔଷଧୀୟ ଗୁଣକୁ ଦୃଷ୍ଟିରେ ରଖି ଏହାକୁ ବ୍ରହ୍ମବୃକ୍ଷ ବୋଲି କୁହାଯାଏ ।ଏହି ବୃକ୍ଷର ଫୁଲକୁ ପଳାସ ଫୁଲ ବୋଲି କୁହାଯାଏ । ଏହା ଅଗ୍ନିଶିଖା ବୋଲି ଦେଖାଯାଏ । ଶରୀର ପ୍ରତି ଏହାର ଅନେକ ଔଷକ୍ଷୀୟ ବ୍ୟବହାର ରହିଛି ।
ମୁତ୍ର ସମ୍ବନ୍ଧୀୟ ସମସ୍ୟା ଥିଲେ ଏହି ଫୁଲକୁ ଶୁଖାଇ ଚୂର୍ଣ୍ଣ କରିଦିଅନ୍ତୁ  । ଏହି ଚୂର୍ଣ୍ଣର ୩ରୁ ୪ ଗ୍ରାମ  ଖାଲି ପେଟରେ ସେବନ କଲେ ଏହି ସମସ୍ୟାରୁ ମୁକ୍ତି ମିଳେ ।
ଯଦି ପିଲା କିମ୍ବା ବଡ ମାନଙ୍କୁ ଡାଇରିଆ ସମସ୍ୟା ହୁଏ ତେବେ ଏହି ଫୁଲର ଚୂର୍ଣ୍ଣ ସହ ଛେଳିଖିର ମିଶାଇ ସେବନ କଲେ ଡାଇରିଆରୁ ମୁକ୍ତି ମିଳିଥାଏ ।
ଯଦି ପେଟରେ ଗ୍ୟାସ ସମସ୍ୟା ରହୁଛି ତେବେ ୪/୫ଟି ପଳାଶ ଫୁଲକୁ ରାତି ସାରା ପାଣିରେ ବତୁରାଇ ରଖିଦିଅନ୍ତୁ । ସକାଳୁ ଖାଲି ପେଟରେ ଏହି ପାଣି ପିଅନ୍ତୁ  ।ଏପରି ଲଗାତାର କଲେ ଗ୍ୟାସ ସମସ୍ୟାରୁ ମୁକ୍ତିି ମଳିଥାଏ ।
ସବୁଠୁ କଥା ହେଉଛି ଏହି ଫୁଲ ଯେହେତୁ ଏକ ଋତୁକାଳୀନ ନିର୍ଦ୍ଦିଷ୍ଟ ମାସରେ ହୋଇଥାଏ ତେଣୁ ବର୍ଷକୁ ଅନ୍ତତଃ ଥରେ ଏହି ଫୁଲର ପାଣିରେ ଗାଧୋଇଲେ ସମସ୍ତ ପ୍ରକାର ଚର୍ମ ରୋଗରୁ ମୁକ୍ତି ମିଳିଥାଏ ।  ।
ଏ ତ ଗଲା ପଳାଶ ଫୁଲର କଥା । ପଳାଶ ଗଛରେ ଶଜନା ଗଛ ପରି ଏକ ପ୍ରକାର ଅଠା ନିର୍ଗତ ହୋଇଥାଏ । ତାହା ଶୁଖି ଝୁଣା ପରି କଠିନ ହୋଇଯାଏ । ଏହାକୁ ସଂଗ୍ରହ କରି ରଖି ନିୟମିତ ବ୍ୟବହାର କଲେ ଉଭୟ ପୁରୁଷ ଓ ସ୍ତ୍ରୀ ମାନଙ୍କର ଥକ୍କାପଣ ଦୂର ହୁଏ ଓ ଉର୍ଜା ମଳିଥାଏ ।
ଏହି ଗଛର ପତ୍ର ମଧ୍ୟ କିଛି କମ୍ ଉପକାରୀ ନୁହେଁ । ଏହାର ପତ୍ରରେ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।