ହରିୟାଣା କଂଗ୍ରେସ କଳହ: ଦିଲ୍ଲୀରେ ମଧୁସୂଧନ ମିସ୍ତ୍ରୀଙ୍କ ନିକଟରେ ଫେରାଦ ହେଲେ ବିଦ୍ରୋହୀ ନେତା

94

କନକ ବ୍ୟୁରୋ: ହରିୟାଣା କଂଗ୍ରେସର କଳହ ପୁଣି ଥରେ ଘନେଇଛି । ବର୍ତ୍ତମାନ ଦିଲ୍ଲୀରେ ପହଞ୍ଚି ଏହି ମାମଲା । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦ୍ରିପେନ୍ଦ୍ର ହୁଡ୍ଡା, ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଉଦୟଭାନ ଏନେଇ ରିପୋର୍ଟ ତଲବ କରିଛନ୍ତି । ଏଥିରେ କୁହାଯାଇଛି ପିସିସି କମିଟି ଚୟନରେ କୌଣସି ପ୍ରକାରର ହସ୍ତକ୍ଷେପ କରାନଯାଉ । କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ଏହି ସଦସ୍ୟମାନେ ଭୋଟ ଦେଉଥିବା ବେଳେ କିଛି ନାରାଜ ନେତାଙ୍କ ଅଭିଯୋଗ ରହିଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡାଙ୍କ ପସନ୍ଦର ଲୋକଙ୍କୁ ଏଥିରେ ସାମିଲ କରାଯାଇଛି ।