ଦିଗପହଣ୍ଡିରେ ବଜ୍ରପାତରେ ଦୁଇ ଶ୍ରମିକ ମୃତ: ଆମ୍ବଗଛ ମୁଳେ ବସିଥିବାବେଳେ ଉପରେ ପଡ଼ିଲା ବଜ୍ର ।

409

କନକ ବ୍ୟୁରୋ: ବଜ୍ରପାତରେ ୨ ଶ୍ରମିକଙ୍କ ମୃତ୍ୟୁ । ଦିଗପହଣ୍ଡି ପାଟପୁର ମୀନବଜାର ଯାତ୍ରାରେ ଅଘଟଣ । ସେଠାରେ ଶ୍ରମିକ ଭାବେ କାମ କରୁଥିବା ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ୨ ଜଣ ଶ୍ରମିକ ହେଉଛନ୍ତି ଡୁଗୁଲା ପ୍ରଧାନ ଓ ସନ୍ୟାସୀ ସାହୁ । ଡୁଗୁଲା ପ୍ରଧାନଙ୍କ ଘର ପୁରୀ ଜିଲ୍ଲା ନିରାକାର ପୁର ନିକଟ ଆଳିପଡ଼ା ଏବଂ ସନ୍ୟାସୀ ସାହୁଙ୍କ ଘର ପୋଲସରାର କଳମ୍ବ ନିକଟର ଗୁଡ଼ିଆପଦା ଗ୍ରାମରେ ବୋଲି ଜଣାପଡ଼ିଛି । ତେବେ ଦୁଇ ଜଣ ଶ୍ରମିକ ଏକ ଆମ୍ବଗଛ ମୁଳେ ବସିଥିବା ସମୟରେ ବଜ୍ରପାତ ହୋଇଥିଲା ଯାହାଫଳରେ ଉୟଭଙ୍କ ମୃତ୍ୟୁ ଘଟଣାସ୍ଥଳରେ ହୋଇଛି ।