୧୧ ଜିଲ୍ଲାକୁ ସତର୍କ ଘଣ୍ଟି! ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଏହିସବୁ ଜିଲ୍ଲା ଗୁଡ଼ିକୁ ବର୍ଷା ଓ ବଜ୍ରପାତ ବିପଦ ନେଇ ୟେଲୋ ୱାର୍ଣ୍ଣିଂ ଜାରି ।

4,169

କନକ ବ୍ୟୁରୋ: ରାଜ୍ୟର ୧୧ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ । ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରି, ମୟୂରଭଞ୍ଜ,ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ନୟାଗଡ଼, ବୌଦ୍ଧ,ଅନୁଗୁଳ, ସୋନପୁର, ସମ୍ବଲପୁର, ଦେବଗଡ଼ ଏବଂ ଝାରସୁଗୁଡ଼ା ଭଳି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହିସବୁ ଜିଲ୍ଲାବାସୀ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ପାଣିପାଗ ଗତିବିଧି ଉପରେ ନଜର ରଖିବା ସହ ବଜ୍ରପାତ ମୁକ୍ତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି ।