ମୋ ବସ କଣ୍ଡକ୍ଟରଙ୍କୁ ମାଡ: ୧୬ ନମ୍ବର ବସ୍ କଣ୍ଡକ୍ଟରଙ୍କୁ ମାଡ ମାରି ଲହୁ ଲୁହାଣ କଲେ ଅଜଣା ବ୍ୟକ୍ତି

535

କନକ ବ୍ୟୁରୋ: ମୋ ବସ କଣ୍ଡକ୍ଟରଙ୍କ ଉପରେ ଆକ୍ରମଣକୁ ନେଇ ଅସନ୍ତୋଷ । ୧୬ ନମ୍ବର ମୋ ବସ କଣ୍ଡକ୍ଟରଙ୍କୁ ହଠାତ୍ ଜଣେ ବ୍ୟକ୍ତି ମାଷ୍ଟର କ୍ୟାଟିନସ୍ଥିତ ମୋ ବସ ଡିପୋ ନିକଟରେ ମାଡ଼ ମାରିବା ଆରମ୍ଭ କରିଥିଲେ। ଏହା ଦ୍ବାରା ଆହତ ହୋଇଥିଲେ କଣ୍ଡକ୍ଟର । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏହା ପରେ ଡ୍ରାଇଭରଙ୍କୁ ଆକ୍ରମଣ ପାଇଁ ବି ଚେଷ୍ଟା କରିଥିଲେ ବ୍ୟକ୍ତି। ଯେପର୍ୟ୍ୟନ୍ତ ସୁରକ୍ଷା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦିଆ ନ ଯାଉଛି ସେ ଯାଏଁ ମୋ ବସ ଚଳାଚଳ ବନ୍ଦ ରହିବ ବୋଲି ମୋ ବସ କର୍ମଚାରୀ କହିଛନ୍ତି । ତେବେ ଏଥିପାଇଁ ଯାତ୍ରୀ ମଧ୍ୟ ହନ୍ତସନ୍ତ ହେଉଛନ୍ତି । ସେପଟେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ ।