ଓଡିଶା ବିଧାନସଭାକୁ ନେଇ ବୁଥ ବାହୁଡା ମତ: ଏଗଜିଟ୍ ପୋଲର ଆକଳନ ଅନୁସାରେ ଉଭୟ ବିଜେପି ଓ ବିଜେଡିକୁ ମିଳିପାରେ ସମାନ ଆସନ

1,157

କନକ ବ୍ୟୁରୋ: ଓଡିଶା ବିଧାନସଭାକୁ ନେଇ ଆସିଲା ଜାତୀୟ ଗଣମାଧ୍ୟମର ଏଗଜିଟ୍ ପୋଲ । ବୁଥ ବାହୁଡା ମତରେ ଉଭୟ ବିଜେପି ଓ ବିଜେଡିକୁ ସମାନ ଆସନ ମିଳିବା ନେଇ ଆକଳନ । ଇଣ୍ଡିଆ ଟୁଡେ ଆକ୍ସିସ ମାଇ ଇଣ୍ଡିଆର ଏଗଜିଟ ପୋଲ ସର୍ଭେ । ବିଜେଡିକୁ ୬୨ରୁ ୮୦ ଆସନ ମିଳିବା ନେଇ ଆକଳନ । ବିଜେପିକୁ ମଧ୍ୟ ୬୨ରୁ ୮୦ ଆସନ ମିଳିବା ନେଇ ଆକଳନ । କଂଗ୍ରେସ ୫ରୁ ୮ ଆସନରେ ସୀମିତ ରହିବା ନେଇ ପୂର୍ବାନୁମାନ । ବିଜେଡିକୁ ମିଳିପାରେ ୪୨ ପ୍ରତିଶତ ଭୋଟ ।

ସେହିପରି ଓଡିଶା ବିଧାନସଭାକୁ ନେଇ ଜନ କି ବାତର ପୂର୍ବାନୁମାନ । ବିଜେଡିକୁ ମିଳିପାରେ ୮୧ ଆସନ । ୧୨ଟି ଆସନ କମ ବେଶୀ ହେବା ନେଇ ଆଶଙ୍କା । ବିଜେପିକୁ ମିଳିପାରେ ୫୮ଟି ଆସନ । ୧୪ଟି ଆସନ କମ ବେଶୀ ହେବା ନେଇ ଆଶଙ୍କା । କଂଗ୍ରେସକୁ ମିଳିପାରେ ୮ଟି ଆସନ । ୨ଟି ଆସନ କମ ବେଶୀ ହେବା ନେଇ ଆଶଙ୍କା କରାଯାଇଛି ।