ବିନା ବରରେ ହେଲା ବାହାଘର : ନିଜକୁ ନିଜେ ବିବାହ କଲେ ଗୁଜରାଟର କ୍ଷମା ବିନ୍ଦୁ; ସାମିଲ ହେଲେ ମାତ୍ର ୧୦ଜଣ ସାଙ୍ଗ ଓ ସମ୍ପର୍କୀୟ

1,499

କନକ ବ୍ୟୁରୋ : ବିନା ବରରେ ଗୁଜରାଟର କ୍ଷମା ବିନ୍ଦୁ ଶେଷରେ ବିବାହ କରିଛନ୍ତି । ବିବାହ ସମୟରେ ହଳଦୀ ଓ ମେହେନ୍ଦୀ ଉତ୍ସବ ପାଳନ ହୋଇଥିଲା । ବରୋଦାରେ ନିଜ ଘରେ ପାରମ୍ପରିକ ରୀତିନୀତି ସହ ବିବାହ କରିଛନ୍ତି । ତେବେ ଏହି ବିବାହରେ ନ ବର ଥିଲେ ନା ପଣ୍ଡିତ । ଏଥିରେ କ୍ଷମାଙ୍କ କିଛି ସାଙ୍ଗ ସାମିଲ ହୋଇଥିଲେ । ପୂର୍ବରୁ ସେ ୧୧ ତାରିଖରେ ବିବାହ କରିବେ ବୋଲି କହିଥିଲେ । କିନ୍ତୁ କୌଣସି ବିବାଦ ହେବାର ୩ ଦିନ ପୂର୍ବରୁ ସେ ବିବାହ କରିଛନ୍ତି ।

ତାଙ୍କ ବିବାହକୁ ପଡୋଶୀ ବିରୋଧ କରୁଥିଲେ । ତେଣୁ ବିବାହ ତାରିଖ ଦିନ କୌଣସି ପ୍ରକାର ବିବାଦ ହେବା ଆଶଙ୍କାରେ ତିନି ଦିନ ପୂର୍ବରୁ ସେ ବିବାହ କରିଛନ୍ତି । କ୍ଷମା କହିଛନ୍ତି. ତାଙ୍କର ଏହି ସ୍ୱତନ୍ତ୍ର ଦିନକୁ ସେ ବର୍ବାଦ କରିବାକୁ ଚାହାନ୍ତି ନାହିଁ । ତେଣୁ ସେ ବୁଧବାର ବିବାହ କରିନେଇଛନ୍ତି । ଗୁଜରାଟରେ ବିନ୍ଦୁଙ୍କର ଏପରି ବିବାହ ହେଉଛି ପ୍ରଥମ । କିଛି ଦିନ ତଳେ ୧୧ ତାରିଖରେ ବିବାହ କରିବେ ବୋଲି କହିଥିଲେ, ବଦୋଦରାର ୨୪ ବର୍ଷୀୟ ଯୁବତୀ କ୍ଷମା ବିନ୍ଦୁ । ସେ ଅଗ୍ନିକୁ ସାକ୍ଷୀ ରଖି ନିଜେ ନିଜକୁ ବାହାହେବେ ଓ ସାତଫେରା ନେବେ ବୋଲି କହିଥିଲେ ।

୨୪ ବର୍ଷୀୟ କ୍ଷମାଙ୍କ କହିବା ଅନୁଯାୟୀ, ଏଭଳି ଚିନ୍ତାଧାରା ଦୀର୍ଘ ଦିନ ହେବ ମୋ ମନରେ ଥିଲା । କିନ୍ତୁ କେବେ ଭାବିନଥିଲି ଏହା ସମ୍ଭବ ହୋଇପାରିବ । କିନ୍ତୁ ବହୁତ ଦିନ ଭାବିବା ପରେ ନିଜକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲି । ତେବେ ନିଷ୍ପତ୍ତି ନେବା ପୂର୍ବରୁ କ୍ଷମା ଅନଲାଇନରେ ରିସର୍ଚ୍ଚ କରିଥିଲେ । ଭାରତରେ କୌଣସି ମହିଳା ନିଜେ ନିଜକୁ ବିବାହ କରିଛନ୍ତି କି ନାହିଁ ସେ ବାବଦରେ ଜାଣିବାକୁ ଚାହିଁଥିଲେ । କିନ୍ତୁ ସେଭଳି କୌଣସି ଗୋଟିଏ ବି ଘଟଣା କ୍ଷମାଙ୍କୁ ମିଳିନଥିଲା । ତଥାପି ହାର ନମାନି ଆତ୍ମ ବିବାହ କରି ଦେଶର ପ୍ରଥମ ଉଦାହରଣ ସାଜିବାକୁ ପାଦ ବଢାଇଛନ୍ତି କ୍ଷମା । ଯେଉଁଠି କ୍ଷମା ନିଜେ ନିଜକୁ ଜୀବନସାଥୀ ରୂପେ ଗ୍ରହଣ କରିଛନ୍ତି ।