ଢ଼େଙ୍କାନାଳ ବେଲଟିକିରି ଘଟଣା ପରେ ସ୍କାନରରେ ରାଜ୍ୟର ସେଲଟର ହୋମ । ବେଆଇନ୍ ସେବାଶ୍ରମଗୁଡିକରେ ଚଢ଼ାଉ ଜାରି

ଆଜି କନ୍ଧମାଳ ବାଲିଗୁଡା ଓ ଭଦ୍ରକରେ ଥିବା ଗୁଡ୍ ନ୍ୟୁଜର ସେଲଟର ହୋମରେ ଚଢ଼ାଉ

62

କନକ ବ୍ୟୁରୋ: ଢ଼େଙ୍କାନାଳ ବେଲଟିକିରି ଗୁଡ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମ ବିବାଦ ଘନେଇବାରେ ଲାଗିଛି । ଗତକାଲି ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯିବା ପରେ ଏହି ସଂସ୍ଥା ଅଧୀନରେ ପରିଚାଳିତ ଅନ୍ୟ ସେଲଟର ହୋମ ଗୁଡିକ ଉପରେ ଚଢ଼ାଉ କରାଯାଉଛି । ଆଜି କନ୍ଧମାଳ ବାଲିଗୁଡା ଓ ଭଦ୍ରକରେ ଥିବା ଗୁଡ୍ ନ୍ୟୁଜର ସେଲଟର ହୋମ ଉପରେ ଚଢ଼ାଉ କରାଯାଇଛି ।

ଜିଲ୍ଳପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ, ଶିଶୁ ସୁରକ୍ଷା ଅଧିକାରୀ ଯାଇ ତଦନ୍ତ କରିଛନ୍ତି । ଶନିବାର ରାତିରେ ପୁରୀରେ ଗୁଡ ନ୍ୟୁଜ୍ ଇଣ୍ଡିଆର ସେଲଟର ହୋମ ଉପରେ ଚଢ଼ାଉ ହୋଇଥିବାବେଳେ ଗତକାଲି ଗଜପତି, ବାଲେଶ୍ୱର ସେଲଟର ହୋମରେ ଚଢ଼ାଉ କରିଛି ପ୍ରଶାସନ । ପଞ୍ଜୀକୃତ ହୋଇନଥିବା ଏବଂ ପଞ୍ଜୀକରଣ ହୋଇ ଚାଲୁନଥିବା ସମସ୍ତ ସେଲଟର ହୋମ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ବିଭାଗୀୟ ମନ୍ତ୍ରୀ ।