ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ନାହିଁ ନିସ୍ତାର। ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ସମସ୍ତ ନାଁରେ ରହିଥିଲା ଦୁର୍ନୀତି କରିଥିବା ନେଇ ଅଭିଯୋଗ

758

କନକ ବ୍ୟୁରୋ:  ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ନିସ୍ତାର ନାହିଁ । ପୁଣି ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର । ଦୁର୍ନୀତି ଅଭିଯୋଗରେ ୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତିି ସରକାର । ଚାକିରିରୁ ବିଦା ହୋଇଥିବା ଅଧିକାରୀ ହେଉଛନ୍ତି ବସନ୍ତ କୁମାର ବେହେରା ୨୦୧୮ରେ ଢେଙ୍କାନାଳରେ ଆରଟିଓ ଥିଲେ । ସେହି ସମୟରେ ତାଙ୍କୁ ୩କ୍ଷ ୬୧ହଜାର ଟଙ୍କା ଜବତ କରାଯାଇଥିଲା ଭିଜିଲାନ୍ସ । ସେହିପରି ୨୦୧୨ ମସିହାରେ କଟକରେ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରି ଘରୁ ନଗଦ ୪୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଥିଲା । ସେ ତାଙ୍କ ନାମରେ ସମୁଦାୟ ଦେଢ଼ କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବାର ଭିଜିଲାନ୍ସ ମାମଲା ରୁଜୁ କରିଥିଲା ।

ଦ୍ୱିତୀୟ ଅଧିକାରୀ ଜଣକ ହେଲେ ଦିଲ୍ଲୀପ କୁମାର ନାଗ । ପୂର୍ବତନ ଉପ ଅବକାରୀ ଅଧିକାରୀ ଥିଲେ ଦିଲ୍ଲୀପ କୁମାର । ୨୦୧୨ରେ ଭିଜିଲାନସ୍ ଚଢାଉ କରି ଅଢେଇ କୋଟି ଟଙ୍କା ଜବତ କରିଥିଲେ । ୨୦୧୨-୧୫ରେ ତାଙ୍କୁ ନିଲମ୍ବନ କରାଯାଇ ଗିରଫ କରାଯାଇଥିଲା ।

ତୃତୀୟ ଜଣକ ହେଉଛନ୍ତି ଶରତ ଚନ୍ଦ୍ର ପଣ୍ଡା ନୂଆପଡା ଜିଲ୍ଲାର ଖରିଆର ଡିଭିଜନରେ ଡେପୁଟୀ କଞ୍ଜରଭେଟର ଭାବେ କାର୍ଯ୍ୟ କରୁଥିଲେ । ବିମୂୁଦ୍ରାକରଣ ସମୟରେ ଶରତ ଓ ତାଙ୍କ ପରିବାରର ସଦସ୍ୟଙ୍କ ବ୍ୟାଙ୍କ ଆକାଉଂଟରେ ୪ କୋଟିରୁ ଉର୍ଦ୍ଧ ଟଙ୍କା ଜମା ହୋଇଥିଲା । ଏହା ଜଣାପଡିବା ପରେ ତାଙ୍କୁ ୨୦୧୭ ମସିହାରେ ଆୟବର୍ହିଭୂତ ସମ୍ପତିଠୁଳ କରିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ ।