ବହୁରୂପି ଇମ୍ରାନ। ତାଲିବାନର ନମ୍ବର ଦୁଇ କମାଣ୍ଡରଙ୍କ ସହ ଇମ୍ରାନ ଖାଁଙ୍କ ଗୋପନ ଆଲୋଚନା, ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ହେଉଛି କି ଷଡଯନ୍ତ୍ର?

516

ଗତ ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ ଓ କଶ୍ମୀର ଉପରୁ ଧାରା ୩୭୦ ଉଠାଇବା ପରେ ଭାରତରେ ଅଧିକରୁ ଅଧିକ ଆତଙ୍କବାଦୀ ଆକ୍ରମଣ କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଖୋଲା ଖୋଲି ଧମକ ଦେଇଛନ୍ତି । ପୂର୍ବରୁ ଭାରତରେ ଯେତେ ଆତଙ୍କବାଦୀ ଆକ୍ରମଣ ହୋଇଛି ପାକିସ୍ତାନ ତାହାକୁ ଅସ୍ୱୀକାର କରିଛି । କିନ୍ତୁ ଏଥର ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ପାକିସ୍ତାନ ଖୋଲାଖୋଲି ଧମକ ଦେଉଛି ।

ଗତ ଗୁରୁବାର ଦିନ ଇମ୍ରାନ ଖାଁ ତାଲିବାନର ୨ୟ ସର୍ବୋଚ୍ଚ ନେତା ମୁଲ୍ଲା ଅବଦୁଲ ଗନି ବରାଦରକୁ ଭେଟିଛନ୍ତି । ପୂର୍ବରୁ କୌଣସି ପାକିସ୍ତାନୀ ନେତା କୌଣସି ଖୋଲାଖୋଲି ତାଲିବାନ କମାଣ୍ଡରଙ୍କୁ ଭେଟି ନଥିଲେ । କିନ୍ତୁ ତାଲିବାନ ସହିତ ଇମ୍ରାନଙ୍କ ଘନିଷ୍ଠ ସଂପର୍କ ଥିବା ସମସ୍ତେ ଜାଣିଛନ୍ତି । ଏଣୁ ଏହି ଭେଟକୁ ବିଶେଷଜ୍ଞମାନେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏହି ଘଟଣା ଭାରତ ପାଇଁ ଏକ ସତର୍କ ଘଣ୍ଟି ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଆଗକୁ ଭାରତରେ ଆତଙ୍କବାଦୀ ଆକ୍ରମଣ ଘଟଣା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଏସବୁ ଭିତରେ ଭାରତର ରାଜଧାନୀ ଦିଲ୍ଲୀକୁ କିଛି ଆତଙ୍କବାଦୀ ଆସିଥିବାର ମଧ୍ୟ ସୂଚନା ମିଳିଛି । ତେଣୁ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ଜୋରଦାର ଯାଞ୍ଚ କରାଯାଉଛି ।