କୋର୍ଟ ଚାଲଣ ବେଳେ ଅଟକିଲା ପୁଲିସ ଭ୍ୟାନ୍ । ଗୋପାଳ ଦାସଙ୍କୁ କୋର୍ଟ ନେବାବେଳେ ଅଜ୍ଞାତ ସ୍ଥାନରେ ପଚରାଉଚରା ।

35,077

କନକ ବ୍ୟୁରୋ: ଅଭିଯୁକ୍ତ ଗୋପାଳ ଦାସଙ୍କୁ କୋର୍ଟ ଚାଲଣ ବେଳେ ଅଟକିଲା ପୁଲିସ ଭ୍ୟାନ । ବାଟ ମଝିରେ ଏକ ଅଜ୍ଞାତ ସ୍ଥାନରେ ଭ୍ୟାନକୁ ଅଟକା ଯାଇ ଗୋପାଳଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି । ତେବେ କାହିଁକି ବାଟ ମଝିରେ ତାଙ୍କୁ ପଚରାଉଚରା କରାଯାଉଛି, ଏ ନେଇ କିଛି ସ୍ପଷ୍ଟ ସୂଚନା ମିିଳିନାହିଁ ।

ଅନ୍ୟପଟେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ କୋର୍ଟ ଚାଲାଣ କରାଯାଇଛି । ଝାରସୁଗୁଡ଼ା ଜେଏମଏଫସି କୋର୍ଟକୁ ନିଆଯାଉଛି । କୋର୍ଟରେ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ କ୍ୟାମ୍ପ କରି ତଦନ୍ତକୁ ଆଗକୁ ବଢ଼ାଉଛନ୍ତି । ତଦନ୍ତ ବେଳେ ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି । ତଦନ୍ତକାରୀ ଟିମ୍ ଅଭିଯୁକ୍ତ ବ୍ୟବହାର କରିଥିବା ଗୋଟିଏ ୯ ଏମଏମ୍ ପିସ୍ତଲ ଓ ୩ ରାଉଣ୍ଡ ଅଫୁଟା ଗୁଳି, ଗୋଟିଏ ମୋବାଇଲ୍ ହ୍ୟାଣ୍ଡସେଟ୍ ଜବତ କରାଯାଇଛି ।