ଗଂଜାମ ଜିଲ୍ଲାରେ ଅଭାବନୀୟ ଘଟଣା ! ବାଉଁଶ ବୁଦାରୁ ଅପରିତ୍ୟକ୍ତ ଅବସ୍ଥାରେ ଶିଶୁ କନ୍ୟା ଉଦ୍ଧାର

47

କନକ ବ୍ୟୁରୋ : ଶିଶୁ କନ୍ୟା ଉଦ୍ଧାର । ଗଂଜାମ ଜିଲ୍ଲା ହିଂଜିଳି ବ୍ଲକ ଖଣ୍ଡରା ଗାଁରୁ ଶିଶୁ କନ୍ୟାକୁ ଉଦ୍ଧାର କରିଛି ପୁଲିସ । ଆଜି ସକାଳ ୯ଟା ବେଳେ ଗାଁର ଏକ ବାଉଁଶ ବୁଦାରେ ଶିଶୁ କନ୍ୟାଟି ଅପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା । ପୁଲିସ ଘଟଣାସ୍ଥଳରୁ ଶିଶୁଟିକୁ ଉଦ୍ଧାର କରିଛି । ତେବେ କିଏ କେଉଁ ପରିସ୍ଥିତିରେ ଶିଶୁ କନ୍ୟାଟିକୁ ଏପରି ବାଉଁଶ ବୁଦା ନିକଟରେ ଫୋପାଡି ଦେଇ ଚାଲିଯାଇଛି ସେ ନେଇ କୌଣସି ସୂଚନା ମିଳିନାହିଁ ।