ପୃଥିବୀ ପୃଷ୍ଠ ଆଡକୁ ମାଡି ଆସୁଛି ଏକ ବିରାଟ ସୌରଝଡ : ସମଗ୍ର ବିଶ୍ୱର ସାଟେଲାଇଟ ସିଷ୍ଟମକୁ ପ୍ରଭାବିତ କରିବା ଆଶଙ୍କା

455

କନକ ବ୍ୟୁରୋ : ପୃଥିବୀ ପୃଷ୍ଠ ଆଡକୁ ମାଡି ଆସୁଛି ଏକ ବିରାଟ ସୌରଝଡ । ଯାହା ସମଗ୍ର ବିଶ୍ୱର ସାଟେଲାଇଟ ସିଷ୍ଟମକୁ ପ୍ରଭାବିତ କରିବା ଆଶଙ୍କା ରହିଛି । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ପୂର୍ବାନୁମାନ ଅନୁସାରେ ଆଜି ଏହା ପୃଥିବୀ ପୃଷ୍ଠରେ ମାଡ ହୋଇପାରେ । ଫଳରେ ରେଡିଓ ଏବଂ ଜିପିଏସ ସେବା ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି ।

ଘଣ୍ଟାକୁ ଲକ୍ଷାଧିକ କିଲୋମିଟର ବେଗରେ ଗତି କରୁଛି ଏହି ସୌରଝଡ । ସୂର୍ଯ୍ୟଙ୍କଠାରୁ ସାପ ଆକୃତିରେ ଏହି ସୋଲାର ଫ୍ଲେୟାର ଆସୁଥିବାବେଳେ ଏହି ଫ୍ଲେୟାର ପୃଥିବୀ ପୃଷ୍ଠକୁ ଛୁଇଁପାରେ । ଏହି ସୋଲାର ଫ୍ଲେୟାରରେ ଭରି ରହିଛି ଇଲେକଟ୍ରୋ ମ୍ୟାଗ୍ନେଟିକ ରେଡିଏସନ୍ । ଏହା ଫଳରେ ପୃଥିବୀ ପୃଷ୍ଟରେ ଉତାପ ବଢିବ ନାହିଁ କିନ୍ତୁ ରେଡିଏସନର ପ୍ରଭାବ ପଡିବ । ପୃଥିବୀ ପୃଷ୍ଠର ବୟୁମଣ୍ଡଳରେ ପ୍ରବେଶ କରିବା ପରେ ଏହା ମ୍ୟାଗ୍ନେଟିକ ଫିଲ୍ଡକୁ ପ୍ରଭାବିତ କରିବା ଆଶଙ୍କା ରହିଛି ।

– ସୂର୍ଯ୍ୟ ହେଉଛି ଅସୀମ ଶକ୍ତିର ଭଣ୍ଡାର
– ସେଠାରେ ଅନବରତ ଛୋଟ ବଡ ବିସ୍ଫୋରଣ ମାନ ହେଉଛି
– ବିସ୍ଫୋରଣ ପରେ କିଛି ଶକ୍ତି ଛିଟିକି ଚାଲିଆସୁଛି
– ବେଳେବେଳେ ଏହାର ପରିମାଣ ଅଧିକ ହେଲେ ଆମେ ସୋଲାର ଫ୍ଲେୟାର ବୋଲି କହୁ
– ଏହି ସୌରଝଡ ବେଳେବେଳେ ପୃଥିବୀ ଆଡକୁ ମଧ୍ୟ ମାଡିଆସେ
– ପୃଥିବୀର ନିକଟତର ହେଲେ ଚୁମ୍ବକୀୟ କ୍ଷେତ୍ରରେ ଆକର୍ଷିତ ହୁଏ
– କାରଣ ସୌରଝଡରେ ଇଲେକଟ୍ରୋ ମ୍ୟାଗ୍ନେଟିକ କଣିକା ମାନ ଥାଏ
– ଫଳରେ ବିଦ୍ୟୁତ ସରବରାହ ଓ ରେଡିଓ, ଜିପିଏସ ସେବାରେ ପ୍ରଭାବ ପକାଏ
– ୩ଦିନ ତଳୁ ସୃଷ୍ଟି ହୋଇଥିବା ସୌରଝଡଟି ପୃଥିବୀ ପୃଷ୍ଠ ଆଡକୁ ଆସୁଛି
– ୧୫ କୋଟି କିଲୋମିଟର ଅତିକ୍ରମ କରି ଆଜି ପହଂଚିବା ସମ୍ଭାବନା ରହିଛି
– ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ପ୍ରବେଶ କଲେ ଟେଲି ଯୋଗାଯୋଗରେ କ୍ଷତି ଘଟିପାରେ
– କିନ୍ତୁ ଏହା ସି କାଟେଗୋରୀ ଝଡ ହୋଇଥିବାରୁ ବେଶୀ କ୍ଷତି କରିନପାରେ