ଟେଲିକମ୍ ସେକ୍ଟରରେ ପୁଣି ଆରମ୍ଭ ହେବାକୁ ଯାଉଛି ଟାରିଫ୍ ଯୁଦ୍ଧ, ଜିଓ ଓ ଏୟାରଟେଲକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ଆଦାନୀ ଗ୍ରୁପ

1,284

କନକ ବ୍ୟୁରୋ : ବିଭିନ୍ନ ବିିଭାଗରେ ବ୍ୟବସାୟ କରି ସଫଳତା ହାସଲ କରିଥିବା ଆଦାନୀ ଗ୍ରୁପ ଏବେ ଟେଲିକମ୍ ସେକ୍ଟରରେ ପାଦଥାପିବାକୁ ପ୍ରସ୍ତୁତ ହେଉଛି । ଚଳିତ ମାସ ଶେଷ ସୁଦ୍ଧା ହେବାକୁ ଥିବା ୫ଜି ସ୍ପେକ୍ଟ୍ରମ ନିଲାମୀରେ ଭାଗ ନେବାକୁ ଆବେଦନ କରିଛି   । ଜୁଲାଇ ୮ ତାରିଖରେ ଆଦାନୀ ଗ୍ରୁପ ତରଫରୁ ୫ ଜି ସ୍ପେକ୍ଟ୍ରମ ନିଲାମୀରେ ଭାଗ ନେବାକୁ ଟେଲିକମ୍ୟୁନିକେସନ ବିଭାଗ ନିକଟରେ ଆବେଦନ କରିଛି । ଏହି କ୍ରମରେ ଏୟାରଟେଲ, ଜିଓ ଓ ଭୋଡାଫୋନ-ଆଇଡିଆ ମଧ୍ୟ ନିଲାମରେ ଭାଗ ନେବାକୁ ଆବେଦନ କରିଛନ୍ତି ।

ସେପଟେ ଟେଲିକମ୍ ବିଭାଗ ପକ୍ଷରୁ କୁହାଯାଇଛି କି ୫ ଜି ସ୍ପେକ୍ଟ୍ରମ ନିଲାମୀରେ ଭାଗ ନେବାକୁ ଚାହୁଁଥିବା ନୂଆ କମ୍ପାନୀମାନେ ପ୍ରଥମେ ୟୁନିଫାଏଡ ଲାଇସେନ୍ସ ନେବାକୁ ପଡିବ । ଏହା ମାଧ୍ୟମରେ ଦେଶର କୌଣସି ପ୍ରାନ୍ତରେ ଏକ୍ସସେସ୍ ସର୍ଭିସ କିମ୍ବା ମୋବାଇଲ ଡାଟା କମ୍ପାନୀ ପ୍ରଦାନ କରିପାରିବ । ସେପେଟ ଯଦି କୌଣସି ବିଦେଶୀ କମ୍ପାନୀ ୟୁନିଫାଏଡ ଲାଇସେନ୍ସ ପାଇଁ ଆବେଦନ କରିବାକୁ ଚାହିଁବେ ତେବେ ସେମାନଙ୍କୁ ପ୍ରଥମେ ଭାରତରେ କମ୍ପାନୀ ପ୍ରସ୍ତୁତ କରିବାକୁ ପଡିବ କିମ୍ବା କୌଣସି ଭାରତୀୟ କମ୍ପାନୀ କିଣିବାକୁ ପଡିବ ।

ସେପଟେ ୫ ଜି ସ୍ପେକ୍ଟ୍ରମ ନିଲାମୀରେ ଭାଗ ନେଉଥିବା ନେଇ ଆଦାନୀ ଗ୍ରୁପ ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ହେଲେ ଜୁଲାଇ ୧୨ ତାରିଖରେ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ଆସିବ ବୋଲି କୁହାଯାଉଛି ।