ରଥରେ ଚତୁର୍ଦ୍ଧାମୂର୍ତ୍ତି । ଧାଡି ପହଣ୍ଡିରେ ରଥରେ ବିଜେ ହେଲେ ଶ୍ରୀଜିଉ

89

କନକ ବ୍ୟୁରୋ : ରଥରେ ବିଜେ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଧାଡି ପହଣ୍ଡିରେ ଶ୍ରୀଜିଉ ରଥରେ ବିଜେ ହୋଇଛନ୍ତି । ଆଜି ମହାପ୍ରଭୁଙ୍କ ବାହୁଡାଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଶ୍ରୀଜୀଉ ଫେରିବେ । ଜନ୍ମବେଦୀରୁ ନୀଳକନ୍ଦର ଫେରିବେ । ବାହୁଡା ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ରହିଛି । ଭକ୍ତଙ୍କ ଗହଳିରେ ଶରଧାବାଲି ଉଛୁଳି ଉଠୁଛି । ଭୋର ୪ଟାରୁ ନୀତିକାନ୍ତି ଆରମ୍ଭ ହୋଇଛି । ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ଭକ୍ତ ନିଜ ମନର କଥା ଭକ୍ତି ମାଧ୍ୟମରେ ଭଗବାନଙ୍କ ନିକଟରେ ଜଣାଉଛି । କିଏ ଶିବ ପାର୍ବତୀ ବେଶରେ ତ କିଏ ରାଧା, କୃଷ୍ଣ ଏବଂ ହନୁମାନ ବେଶରେ ବଡଦାଣ୍ଡରେ ଭଗବାନଙ୍କ ପ୍ରେମରେ ପାଗଳ ।