ସାମନାକୁ ଆସିଲା ଗ୍ୟାଙ୍ଗଷ୍ଟର ଟିଟୋର ପଲିଟିକାଲ ଲିଙ୍କ : ଏସଟିଏଫରେ ହାଜର ହେଲେ କେନ୍ଦ୍ରାପଡାର ପୂର୍ବତନ କାଉନସିଲର

48

କନକ ବ୍ୟୁରୋ : ସାମନାକୁ ଆସିଛି ଗ୍ୟାଙ୍ଗଷ୍ଟର ଟିଟୋର ପଲିଟିକାଲ ଲିଙ୍କ । କେନ୍ଦ୍ରାପଡା ପୂର୍ବତନ କାଉନସିଲର ହିବଜୁର ରେହମାନ ଏସଟିଏଫରେ ହାଜର ହୋଇଛନ୍ତି । ଟିଟୋର ସହ ଲିଙ୍କ ନେଇ ହିବଜୁରଙ୍କୁ ଜେରା କରିବ ଏସଟିଏଫ । ସେପଟେ ଆଜି ସରୁଛି ଟିଟୋର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି । ତେଣୁ ଆଜି ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବ । ପୁଣି ତୃତୀୟ ଥର ପାଇଁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ ଏସଟିଏଫ ।

ଟିଟୋର ପତ୍ନୀଙ୍କୁ ବି ଜେରା କରିବ ଏସଟିଏଫ । ଟିଟୋର ସ୍ତ୍ରୀ ବେନଜୀର ବିବିଙ୍କୁ ତାଙ୍କ ଘରକୁ ଯାଇ ଜେରା କରିବ ଏସଟିଏଫ । ଟିଟୋ ଘରକୁ ଯାଇ ଏସଟିଏଫର ଜଣେ ମହିଳା ଇନସପେକ୍ଟର ବେନଜୀରଙ୍କୁ ପଚରା ଉଚରା କରିବେ । କିପରି ଜଣେ ହାଉସ୍ ୱାଇଫ ହୋଇ ଏତେ ଟଙ୍କା ଅର୍ଜନ କଲେ, ସେନେଇ ଖୋଳତାଡ କରିବ ଏସଟିଏଫ । ବେନଜୀରଙ୍କ ନାଁରେ ରହିଛି ଏକାଧିକ ପେଟ୍ରୋଲ ପମ୍ପ, ଜମା ଟଙ୍କା , ବିଆଇପିଏଲ କମ୍ପାନୀ ଓ ୯୦ଲକ୍ଷ ଟଙ୍କାର ଅଡି କାର । କେନ୍ଦ୍ରାପଡାରେ ଟିଟୋ ଘରେ ଏସଟିଏଫର ରେଡ୍ ବେଳେ ବେନଜୀର ବିବିଙ୍କର ଏହି ସବୁ ତଥ୍ୟ ପଦାକୁ ଆସିଥିଲା । ଏଥିସହ ସ୍ପେଶାଲ ଟାସ୍କ ଫୋର୍ସ ଗ୍ୟାଙ୍ଗଷ୍ଟର ଟିଟୋର ୫ଟି ଆକାଉଂଟ ବ୍ଲକ ଓ ଫ୍ରିଜ କରିଛି । ଏହି ଆକାଉଂଟ ଗୁଡିକରେ ଥିଲା ୧୬ଲକ୍ଷ ୪୨ହଜାର ୫୬୫ ଟଙ୍କା ।