ଅଗଷ୍ଟ ୨୪ରୁ ଯୁକ୍ତ ୩ ପ୍ରଥମ ବର୍ଷର ପାଠପଢା । ଜୁଲାଇ ୧୮ରେ ପ୍ରଥମ ମେରିଟ ଲିଷ୍ଟ

160
କନକ ବ୍ୟୁରୋ : ଯୁକ୍ତ ୩/ସ୍ବୟ˚ଶାସିତ କଲେଜ, ସେଲଫ୍ ଫାଇନାନ୍ସି˚(ଡିଗ୍ରି) କଲେଜ/ସ˚ସ୍କୃତ(ଶାସ୍ତ୍ରୀ) କଲେଜରେ ନାମଲେଖା ଲାଗି ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ପୂର୍ବାହ୍ନ ୧୧ଟାରେ ‘www.samsodisha.gov.in’  ରେ ଫର୍ମ ଉପଲବ୍ଧ ହେବା ପରେ ଛାତ୍ରଛାତ୍ରୀ ଜୁଲାଇ ୮ ତାରିଖ ପୂର୍ବାହ୍ନ ୧୧ଟା ମଧ୍ୟରେ ଆବେଦନ କରିପାରିବେ। ଏହାପରେ ଆଉ କାହାକୁ ବି ସୁଯୋଗ ମିଳିବ ନାହିଁ। ଜୁଲାଇ ୧୧ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଛାତ୍ରଛାତ୍ରୀ ସମସ୍ତ ଡକ୍ୟୁମେଣ୍ଟ ଓ ଫି’ ସାମ୍ସ ରିସୋର୍ସ ସେଣ୍ଟରରେ ଦାଖଲ କରିବେ।
ଜୁଲାଇ ୧୮ରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ କରାଯିବ। ତାଲିକାରେ ପ୍ରକାଶିତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୪ତାରିଖ ଅପରାହ୍ଣ ୫ଟା ମଧ୍ୟରେ ଅନୁଷ୍ଠିତ ହେବ। ଅଗଷ୍ଟ ୫ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ତଥା କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ କରାଯିବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅଗଷ୍ଟ ୬ରୁ ୧୧ ମଧ୍ୟରେ ହେବ। ବଳକା ସିଟ୍ ଲାଗି ଅଗଷ୍ଟ ୧୪ରେ ସ୍ପଟ୍ ସିଲେକ୍ସନ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ସହ ଅଗଷ୍ଟ ୧୭ରେ ନାମଲେଖା ହେବ। ଅଗଷ୍ଟ ୨୪ରୁ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ଯୁକ୍ତ୩ କଲେଜରେ ନାମଲେଖା ଏଥର କେବଳ ଅନଲାଇନରେ ହେବ। ଛାତ୍ରଛାତ୍ରୀଙ୍କ ଲାଗି ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇଡିକୁ ବାଧ୍ୟତାମୂଳକ କରାଯାଇଛି। ଜଣେ ଛାତ୍ର ଅତି କମରେ ୫ଟି ଓ ଅତି ବେଶିରେ ୨୦ଟି କଲେଜ ପାଇଁ ଆବେଦନ କରିପାରିବେ। କମନ୍ ଆପ୍ଲିକେସନ ଫି’ କେବଳ ଅନଲାଇନରେ ଦାଖଲ କରିହେବ। ଭିନ୍ନକ୍ଷମ ଓ କିନ୍ନରଙ୍କୁ ଫି’ ଦେବାକୁ ପଡ଼ିବ ନାହିଁ। ସିଏଏଫ୍ ଦାଖଲ କରିବା ପୂର୍ବରୁ ଛାତ୍ରଛାତ୍ରୀ କମନ୍ ପ୍ରସପେକ୍ଟସକୁ ଭଲ ଭାବେ ପଢ଼ିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।