୪୭ବର୍ଷ ପରେ ସାମ୍ନାକୁ ଆସିଲା ଚନ୍ଦ୍ରର ଚାରିଟି ନୂଆ ସ୍ପଷ୍ଟ ଚିତ୍ର । ନାସାର ମୁନ ମିଶନ ଉତ୍ତୋଳନ କରିଛି ଏହି ଫଟୋ

586

କନକ ବ୍ୟୁରୋ : ୪୭ବର୍ଷ ପରେ ସାମ୍ନାକୁ ଆସିଲା ଚନ୍ଦ୍ରର ଚାରିଟି ନୂଆ ସ୍ପଷ୍ଟ ଚିତ୍ର । ନାସାର ମୁନ ମିଶନରେ ପଠାଯାଇଥିବା ଓରିୟନ ସ୍ପେଶକ୍ରାପ୍ଟ ଚନ୍ଦ୍ରର ନିକଟରୁ ୪ଟି ଫଟୋ ଉତୋଳନ କରିଛି । ୪ଟି ସ୍ପଷ୍ଟ ଚିତ୍ର ଉତୋଳନ କରାଯାଇଛି । ନାସା ନିଜର ଶକ୍ତିଶାଳୀ ରକେଟ ସ୍ପେଶ ଲଂଚି ସିଷ୍ଟମ ଚନ୍ଦ୍ର ଚାରିପଟେ ଘୁରିବୁଲୁଛି । ଆର୍ଟିମିସ -୧ ମିଶନର ଏହା ଏକ ଅଂଶ ଅଟେ । ଚନ୍ଦ୍ରର ସବୁଠୁ ନିକଟତମ ଫଟୋ ଉଠାଇଛି ନାସାର ଓରିଅନ ମହାକାଶଯାନ । ଚନ୍ଦ୍ର ପୃଷ୍ଠର ୮୧.୦୧ ମାଇଲ ବା ୧୩୦ କିଲୋମିଟର ଉପରେ ଯାତ୍ରା କରିବା ସମୟରେ ଏହି ଫଟୋ କଏଦ ହୋଇଛି । ମିଶନର ଷଷ୍ଠଦିନ ଓରିଅନ ମହାକାଶଯାନରେ ଥିବା ଅପଟିକାଲ ନ୍ୟାଭିଗେସନ କ୍ୟାମେରା ଜରିଆରେ ଚନ୍ଦ୍ରର କଳାଧଳା ଫଟୋ ଉତୋଳନ କରିଛି । ନାସାର ନିଜର ଔପଚାରିକ ଇନଷ୍ଟାଗ୍ରାମ ଆକାଉଁଟରେ ଏହି ଫଟୋ ଦେଖିବାକୁ ମିଳିଛି । ଚନ୍ଦ୍ରର ବିଭିନ୍ନ କ୍ଷେତ୍ରର ୪ଟି ଛବି