ଲାଲୁଙ୍କ ପାଇଁ ବଢିଲା ଅଡ଼ୁଆ ! ଚାରା ଦୁର୍ନୀତିର ଚତୁର୍ଥ ମାମଲାରେ ଦୋଷୀ ସାବ୍ୟସ୍ତ କଲେ ସିବିଆଇ ସ୍ୱତନ୍ତ୍ର କୋର୍ଟ

31

କନକ ବ୍ୟୁରୋ : ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ରାଷ୍ଟ୍ରୀୟ ଜନତା ଦଳ, ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ମୁସ୍କିଲ ବଢିଯାଇଛି । ଗୋ-ଖାଦ୍ୟ ଦୁର୍ନୀତିର ଚତୁର୍ଥ ମାମଲାରେ ସିବିଆଇ କୋର୍ଟ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଡୁମକା ଟ୍ରେଜେରୀ ମାମଲାରେ ସିବିଆଇ କୋର୍ଟ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ମାମଲାରେ ଜାଲ କାଗଜପତ୍ର ଦେଖାଇ ୧୩ କୋଟି ଟଙ୍କା ଉଠାଯାଇଥିବା ଅଭିଯୋଗ ରହିଥିଲା । ଏଥିରେ ଲାଲୁ ଯାଦବ ଅଭିଯୁକ୍ତ ଥିଲେ ।

ରାୟ ଶୁଣାଇ କୋର୍ଟ ବିହାରର ପୂ ର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କୁ ଦୋଷମୁକ୍ତ କରିଛନ୍ତି । ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କ ବିରୋଧରେ ୬ ଟି ମାମଲା ଚାଲିଛି । ଆଉ ବର୍ତମାନ ସୁଦ୍ଧା ସେ ୪ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି । ଆଜି କୋର୍ଟରେ ପଂହଚିବା ପୂର୍ବର୍ରୁ ଲାଲୁଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଲାଲୁ ଏବେ ରାଂଚିର ବିର୍ସା ମୁଣ୍ଡା ଜେଲରେ ଅଛନ୍ତି ।