ମଧ୍ୟପ୍ରାଚ୍ୟରେ ପ୍ରବଳ ବର୍ଷା । ବନ୍ୟାରେ ବୁଡ଼ିଲା ଦୁବାଇ ସହର,ଭାସିଲା କାର, ଭାଙ୍ଗିଲା ଘର

244

କନକ ବ୍ୟୁରୋ : ସବୁବେଳେ ନିଜର ଉଚ୍ଚ ଅଟାଳିକା, ଧନୀ ବାସିନ୍ଦା ଓ ସୁନା ଅଳଙ୍କାର ପାଇଁ ଦୁନିଆକୁ ଆକର୍ଷିତ କରୁଥିବା ଦୁବାଇର ସ୍ଥିତି ବେହାଲ ହୋଇପଡିଛି । ମରୁଭୂମି ସହରରେ ଏବେ ଆସିଛି ପ୍ରଳୟଙ୍କାରୀ ବନ୍ୟା । ବର୍ଷା ପାଣିରେ ଏବେ ଉବୁଟୁବୁ ହେଉଛି ସୁନାର ସହର ଦୁବାଇ । ଯୁଆଡେ ଦେଖିବ ସିଆଡେ କେବଳ ପାଣି ହିଁ ପାଣି । ରାସ୍ତା ଉପରେ ଲହଡି ଭାଙ୍ଗୁଛି ବନ୍ୟା ପାଣି । ପକା ଚିକ୍କଣ ରାସ୍ତା ମଧ୍ୟ ସମୁଦ୍ର ପରି ଭ୍ରମ ସୃଷ୍ଟି କରୁଛି । କେଉଁଠି ରାସ୍ତା ଧୋଇ ହୋଇଛି ତ ପୁଣି କେଉଁଠି ଭାସୁଛି ଶହ ଶହ ଦାମୀ କାର ।

ୟୁଏଇର ରାସ ଅଲ ଖେମାହ, ସାରାଜାହା, ଫୁଜରା ଓ ଦୁବାଇ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ସ୍ଥିତି ଏଭଳି ହୋଇଛି କି ଲୋକମାନେ ଘର ଦ୍ୱାରା ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ସହରରୁ ସହ ଯୋଗାଯୋଗ ବିଚ୍ଛିନ ମଧ୍ୟ ହୋଇଛି । ସହରର ପ୍ରବେଶ ପଥ ପାଣିରେ ଧୋଇ ହୋଇଛି । ସାରାଜାହା ଓ ଫୁଜେରିଆରେ ପ୍ରାୟ ୪ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ପାଣି ଭିତରୁ ୯୦ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି ।

ପ୍ରଳୟଙ୍କାରୀ ବନ୍ୟାରେ ଏବେ ସୁଦ୍ଧା ୭ଜଣଙ୍କ ମୃତ୍ୟୁ ହୋଇଛି । ଜଳବାୟୁ ପରିବର୍ତନ ଯୋଗୁଁ ୟୁଏଇର ଏପରି ସ୍ଥିିତି ହୋଇଥିବା ନ୍ୟାସନାଲ ସେଂଟର ଅଫ ମେଟ୍ରୋଲୋଜି ପକ୍ଷରୁ କୁହାଯାଇଛି ।