ଷ୍ଟାଚ୍ୟୁ ଅଫ ୟୁନିଟି ନିକଟରେ ନିଆଁ ଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଟେଣ୍ଟ ସିଟିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି

142

କନକ ବ୍ୟୁରୋ : ଗୁଜୁରାଟର କାବଡିଆଠାରେ ନର୍ମଦାନଦୀ ଉପରେ ନିର୍ମିତ ଷ୍ଟାଚ୍ୟୁ ଅଫ ୟୁନିଟି ନିକଟରେ ଥିବା ଟେଣ୍ଟ ସିଟିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ତେବେ ଏହି ଘଟଣାରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ । ପୁଲିସ ସୁତ୍ରରୁ ପ୍ରକାଶ ଯେ ଷ୍ଟାଚ୍ୟୁ ଅପ ୟୁନିଟି ନିକଟସ୍ଥ ଟେଣ୍ଟ ହାଉସର କ୍ଲଷ୍ଟର-ଜି ଅନ୍ତର୍ଗତ ଗୋଦାମଘରେ ରାତି ୨ଟା ୩୦ ମିନିଟରେ ଏହି ନିଆଁ ଲାଗି ସବୁଆଡକୁ ବ୍ୟାପୀଯାଇଥିଲା ।

ତେବେ ଏହି ଗୋଦାମ ଘରେ ଶୋଇଥିବା ୩ଜଣ କର୍ମଚାରୀ ସମୟ ପୂର୍ବରୁ ବାହାରିଯାଇ ନିଜକୁ ବଞ୍ଚାଇପାରିଛନ୍ତି । ସେମାନେ ବାହାରକୁ ବାହାରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ତୁରନ୍ତ ୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଓ ଲୋକମାନେ ଶୋଇଥିବା ଅନ୍ୟ ଅଂଚଳକୁ ନିଆଁ ବ୍ୟାପୀବାକୁ ଅଟକାଇଥିଲା । ଏହି ନିଆଁ ଲାଗିବାବେଳେ ଏହି ଟେଣ୍ଟସିଟିରେ ପ୍ରାୟ ୫୦ ଜଣ ପର୍ଯ୍ୟଟକ ଶୋଇଥିଲେ । ତେବେ ସେମାନେ ସୁରକ୍ଷିତ ଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ଏହି ଷ୍ଟାଚ୍ୟୁ ଅଫ ୟୁନିଟିର ଉଦଘାଟନ କରିଥିଲେ । ଏହା ଲୌହମାନବ ସର୍ଦ୍ଦାର ପଟେଲଙ୍କ ସ୍ମୃତିରେ ନିର୍ମିତ ହୋଇଛି ।