ରାଉରକେଲାର ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ! କାରଣ ଅସ୍ପଷ୍ଟ

18

କନକ ବ୍ୟୁରୋ: ରାଉରକେଲାର ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ । ସିଭିଳ୍ ଟାଉନସିପରେ ଥିବା ଏହି ଘରୋଇ ନିର୍ସଂହୋମରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡରେ ଜଣେ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଗଣ୍ଡଗୋଳ ଆଶଙ୍କାରେ ନର୍ସିଂହୋମ ସମ୍ନାରେ ପୁଲିସ ମୁତୟନ କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ରାଉରକେଲା ସିଭିଲ୍ ଟାଉନସିପରେ ଥିବା ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଆଜି ଭୋରରୁ ହସ୍ପିଟାଲର ଦ୍ୱିତୀୟ ମହଲାର ନବଜାତ ଶିଶୁ ବିଭାଗରେ ନିଆଁ ଲାଗି ଯାଇଥିଲା। ଫଳରେ ପୁରା ଧୂଆଁରେ ଭର୍ତ୍ତି ହୋଇଯାଇଥିଲା ହସ୍ପିଟାଲ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା । ସେଠାରେ ଥିବା ନବଜାତ ଶିଶୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡରେ ଜଣେ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି । ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ ।